ଭୁବନେଶ୍ୱର() ୧୧୯୯ ମସିହା ମହାବାତ୍ୟାକୁ ଅଜି ପୁରିଛି ୨୦ ବର୍ଷ । ସେହି ବର୍ଷ ଠିକ ଆଜିର ଦିନରେ ଓଡିଶାରେ ଘଟିଯାଇଥିବା ମହାବାତ୍ୟାର ଯନ୍ତ୍ରଣା ଏବେବି ଲୋକଙ୍କ ମନରୁ ଯାଇ ନାହିଁ । ଏଥିପାଇଁ ଆଜି ଭୁବନେଶ୍ୱରରେ ଓଡିଶା ବିପର୍ୟ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ୟ୍ୟୟ ହ୍ରାସ ଦିବସ ପାଳନ କରାଯାଇଥିଲା । ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବିପର୍ୟ୍ୟୟ ମୁକାବିଲାରେ ଓଡିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଓଡ଼ିଶା ବିଶ୍ୱପାଇଁ ବେଞ୍ଚମାର୍କ ପାଲଟିଛି ।
ମହାବାତ୍ୟାର ଦିନକୁ ପ୍ରତିବର୍ଷ ଜାତୀୟ ବିପର୍ୟ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଇଥାଏ । ଏ ବର୍ଷର ପ୍ରସଙ୍ଗ ଥିଲା ବିପର୍ୟ୍ୟୟ ପ୍ରତିରୋଧ ପାଇଁ ଗୋଷ୍ଠୀ ସଶକ୍ତିକରଣ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।
ଖୁବ ଶୀଘ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ୩ ଲକ୍ଷ ବାତ୍ୟା ନିରୋଧୀ ପକ୍କାଘର ଓଡ଼ିଶାରେ ହେବ । ପ୍ରାଥମିକ ପର୍ୟ୍ୟାୟରେ ପୁରୀ ଓ ଖୋର୍ଦ୍ଧାରେ ହେବ ପକ୍କାଘର ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।