Odia News Portal

ପାରାଦୀପଠାରୁ ୪୮୦କିଲୋମିଟର ଦୂରରେ ଅମ୍ଫନ

ଭୁବନେଶ୍ବର() ତୀବ୍ର ଗତିରେ ମାଡ଼ି ଆସୁଛି ମହାବାତ୍ୟା ଅମ୍ଫନ । ପାରାଦୀପଠାରୁ ୪୮୦କିଲୋମିଟର ଦୂରରେ ରହିଛି ମହାବାତ୍ୟା । ଗତ ୬ଘଣ୍ଟା ଧରି ୧୫ କିଲୋମିଟର ବେଗରେ ଗତି କରୁଛି ଅମ୍ଫନ । ଏବେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ମହାବାତ୍ୟା । ମହାବାତ୍ୟା ସମୁଦ୍ରରେ ଦୁର୍ବଳ ହୋଇ ଅତି ଭୟଙ୍କର ବାତ୍ୟାର ରୂପ ନେବ । ସୁନ୍ଦରବନରେ ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ରହିଛି । କାଲି ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡ ଫଲ୍ କରବ । ଏହାଫଳରେ ଓଡ଼ିଶାରେ ଆଶିଂକ ପ୍ରଭାବ ପଡ଼ିବା ସହ ପଶ୍ଚିମବଙ୍ଗରେ ମଧ୍ୟ ପ୍ରଭାବ ପଡ଼ିବ ।