Odia News Portal

ଅନଲାଇନ୍ ଗାର୍ଲଫ୍ରେଣ୍ଡ୍ ଲୋଭରେ ଯୁବକ ହରାଇଲେ ୯୫ ହଜାର ଟଙ୍କା

କଟକ: ଅନଲାଇନ୍‌ରେ ଗାର୍ଲଫ୍ରେଣ୍ଡ ଅର୍ଡର କରିଥିଲେ ଯୁବକ । ଶେଷରେ ଆକାଉଣ୍ଟରୁ କଟିଗଲା ୯୫ହଜାର ଟଙ୍କା । ଆଜ୍ଞା ହଁ ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ । କଟକ ଜିଲ୍ଲା ବିଡ଼ାନାସୀ ଅଞ୍ଚଳରୁ ଆସିଛି ଏଭଳି ଖବର । ଆକାଉଣ୍ଟରୁ ଟଙ୍କା କଟିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

କରୋନା ଚେନକୁ ଭାଙ୍ଗିବା ଲାଗି ସବୁକିଛି ଅନଲାଇନରେ ଅର୍ଡର କରାଯାଉଛି । ତେବେ ଯୁବକ ଜଣକ ଏକ ଡେଟିଂ ସାଇଟରେ ଗାର୍ଲଫ୍ରେଣ୍ଡ୍ ଖୋଜୁଥିଲେ । ଆଉ ତାଙ୍କୁ ମଧ୍ୟ ତାଙ୍କ ମନପସନ୍ଦର ୱେବସାଟ୍ଟିଏ ମିଳିଥିଲା । ଯେଉଁଥିରେ କି ସେ ଅନଲାଇନରେ ଗାର୍ଲଫ୍ରେଣ୍ଡ ଅର୍ଡର କରିଥିଲେ । ପାର୍କ, ହୋଟେଲ ହେଉ କିମ୍ବା ଘର ସବୁଠିକି ଗାର୍ଲଫ୍ରେଣ୍ଡକୁ ନେଇ ପାରିବେ ବୋଲି ରହିଥିଲା ଅପସନ । ତେବେ ଯୁବକଙ୍କୁ ଏହି ସୁବିଧା ଲାଗି ୱେବସାଇଟ୍ ମାଗିଥିଲା ୯୫ ହଜାର ଟଙ୍କା ।

ଗାର୍ଲଫ୍ରେଣ୍ଡ ପାଇବା ଲୋଭରେ ଟଙ୍କା ଦେଇଥିଲେ ଯୁବକ । ଦିନ ପରେ ଦିନ ଅପେକ୍ଷା କରିବା ପରେ ମଧ୍ୟ ଗାର୍ଲଫ୍ରେଣ୍ଡ ଆସିନଥିଲା । ଶେଷରେ ୱେବସାଇଟରେ ଦିଆଯାଇଥିବା ନମ୍ବରରେ କଲ କରିଥିଲେ ସୁଦ୍ଧା ତାହା ସୁଇଜ୍ ଅଫ୍ ଆସିଥିଲା । ସେପଟେ ୱେବସାଇଟ୍ ଚେକ୍ କରିବା ବେଳକୁ ତାହା ମଧ୍ୟ ବନ୍ଦ ହୋଇଯାଇଥିଲା । ଶେଷରେ କିଛି ଉପାୟ ନପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।