ଭୁବନେଶ୍ବର() ଆଜି ପୁଣି ୧୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୃତକ ଜଣ ଗଞ୍ଜାମ ଜିଲ୍ଲାର ୬୮ ବର୍ଷିୟ ହୋଇଥିବ ସୂଚନା ମଳିଛି। ଗଞ୍ଜାମ ଜିଲ୍ଲାରେ ମୃତ୍ୟ ସଂଖ୍ୟା ୯ କୁ ବଦ୍ଧି ପାଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ କରୋନା ମୁତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ୧୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୧୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବଂ ୩୭୫ ଜଣଙ୍କ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ଚାଲିଛି।