Odia News Portal

କଟକ ମୁଣ୍ଡୁଳି ସ୍ଥିତ NDRF କ୍ୟାମ୍ପର ୪୯ ଜଣଙ୍କୁ କରୋନା

କଟକ() କଟକ ମୁଣ୍ଡୁଳି ସ୍ଥିତ NDRF କ୍ୟାମ୍ପର ୪୯ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। କିଛି ସମୟ ପୂର୍ବରୁ ସେମାନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ୩ ଦିନ ତଳେ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଅମ୍ଫନ ବାତ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ କୋଲକାତା ଯାଇଥିଲା NDRF ଟିମ୍ । ଏହାସହ ମୁଣ୍ଡଳୀ NDRF କ୍ୟାମ୍ପ୍‌ରେ ପଜିଟିଭ୍‌ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି ।

ଉଲ୍ଲେଖଯୋଗ୍ୟ ଯେ ୩ ଦିନ ପୂର୍ବରୁ ଜଣେ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । କ୍ୟାମ୍ପର ୧୭୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା