ଭୁବନେଶ୍ବର() ୪୬ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । କାଲିଠାରୁ ଏଯାଏଁ ୪୬ ଆକ୍ରାନ୍ତଙ୍କ ତଥ୍ୟ ଦେିଛନ୍ତି ସରକାର । ତେବେ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୩୮ ଆକ୍ରାନ୍ତ ହେଉଛନ୍ତି ସୁରତ ଫେରନ୍ତା । ସେହିଭଳି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରେ ୪୨ ସଂକ୍ରମିତ ଥିବା ବେଳେ କଂଟେନମେଟ ଜୋନରୁ ୨ ଜଣ ଏବଂ ଅନ୍ୟ ଅଂଚଳରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିଭଳି ସରକାର ଦେଇଥିବା ତଥ୍ୟ ଅନୁସାରେ ଗଂଜାମରୁ ସର୍ବାଧିକ ୨୧ ଜଣ ହେଉଛନ୍ତି ସୁରତ ଫେରନ୍ତା । ବାଲେଶ୍ୱରରୁ ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଆକ୍ରାନ୍ତଙ୍କର ମଧ୍ୟ ରହିଛି ସୁରତ ଲିଙ୍କ୍ । ଓ ଅନ୍ୟଜଣେ ଆକ୍ରାନ୍ତ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା । ସେହିପରି ବୌଦ୍ଧ, କଟକ, ପୁରୀ ଓ ମୟୁରଭଂଜର ଜଣେ ଲେଖାଏ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସ୍ପଷ୍ଟ କରିଛନ୍ତି ସରକାର । ଅନ୍ୟପଟେ ଯାଜପୁରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା । ସେପଟେ ରାଉଲକେଲାରୁ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ କଂଟେନମେଂଟ ଜୋନର ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।