ଭୁବନେଶ୍ବର() ରାଜ୍ୟରେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୬-୪୦ ବର୍ଷ ବୟସ୍କ ଯୁବଗୋଷ୍ଠୀଙ୍କ ସଖ୍ୟା ପ୍ରାୟ ୬୦ ପ୍ରତିଶତ ଅଟେ ।ଏହାକୁ ଦୃଷ୍ଟିରେ ରଖି, ଆର୍ନ୍ତଜାତିକ ଯୁବ ଦିବସ (୧୨ ଅଗଷ୍ଟ) ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର ଏକ ମୋବାଇଲ ଆପ “COVIDSANGRAMEE 20-20 CHALLENGE” ର ଶୁଭାରମ୍ଭ କରିଛନ୍ତି । ଯୁବଗୋଷ୍ଠୀମାନଙ୍କ ଲାଗି କରୋନା ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ପର୍କିତ ସଠିକ ସୂଚନା ଓ ପରାମର୍ଶର ପ୍ରଚାର ଓ ପ୍ରସାର ଲାଗି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ଓଡିଶା ଓ ୟୁ.ଏନ.ଏଫ.ପି.ଏ, ଓଡିଶା ମିଳିତ ଉଦ୍ୟମରେ ଏହି ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି ।COVIDSANGRAMEE 20-20 CHALLENGE” ଆପକୁ ଗୁଗୁଲ ପ୍ଲେ ଷ୍ଟୋର ସର୍ଚ୍ଚ କରି କରୋନା ସକ୍ରମଣ, ପ୍ରତିରୋଧ,ବ୍ୟକ୍ତିଗତ ସୁରଖ୍ୟା, ସଙ୍ଗରୋଧର ଗୁରୁତ୍ବ, ସାମାଜିକ ଅନ୍ଧବିଶ୍ବାସ, ବାସନ୍ଦ ଇତ୍ୟାଦି ସମ୍ପର୍କରେ ବିଜ୍ଞାନ ସମ୍ମତ ତଥା ସଠିକ ତଥ୍ୟ ପାଇପାରିବେ । ଏହି ଆପ ଉଭୟ ଇରାଜୀ ଓ ଓଡିଆ ଭାଷାରେ ଉପଲବ୍ଧ ହେବ ।