Odia News Portal

‘ବାତ୍ୟା ୟସ୍’ ମୁକାବିଲା ନେଇ ପୁରୀରେ ସମୀକ୍ଷା ବୈଠକ

ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଆବାସିକ କାର୍ଯ୍ୟାଳୟରେ ସମ୍ଭାବ୍ୟ ବାତ୍ୟା (ୟାସ୍)ର ମୁକାବିଲା ପାଇଁ ପୁରୀ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ବାତ୍ୟାର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରିଥିଲେ । ତେବେ ବୈଠକରେ ବାତ୍ୟାକୁ ତ୍ରୁଟି ଶୂନ୍ୟ ଭାବେ ମୁକାବିଲା କରିବା ସହିତ ଜିରୋ କାଜ୍ୟୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟାରେ ସମୁଦ୍ର ଏବଂ ଚିଲିକା ପ୍ରଭାବରେ ପ୍ରଭାବିତ ହେବାକୁ ଯାଉଥିବା କୃଷ୍ଣପ୍ରସାଦ,ବ୍ରହ୍ମଗିରି,ପୁରୀ ସଦର,ଗୋପ ଓ କାକଟପୁର ବ୍ଲକରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହିତ ରନ୍ଧା ଖାଦ୍ୟ,ଶୁଖିଲା ଖାଦ୍ୟ ଯୋଗେଇଦେବା ସହ କୋଭିଡ୍ ସଂକ୍ରମିତଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତରଣ ଏବଂ ଧାନ ସଂଗ୍ରହ ବ୍ୟବସ୍ଥା ଓ ମତ୍ସ୍ୟ ଜୀବୀଙ୍କର କ୍ଷୟକ୍ଷତି ଯେଭଳି ନହୁଏ ସେଥିପ୍ରତି ବିଭାଗୀୟ ଅଧିକାରୀଙ୍କୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ବୈଠକରେ ସଞ୍ଜୟ କୁମାର ଦାସ ବର୍ମାଙ୍କ ସହିତ ଜିଲ୍ଲାପାଳ ସମର୍ଥ ବର୍ମା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ବୈଠକରେ ଉପସ୍ଥିତ ଥିଲେ ।