ଭୁବନେଶ୍ୱର: ବାସୁଦେବପୁରର ପୂର୍ବତନ ବିଧାୟକ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ମୃତ୍ୟୁ ଖବର ପାଇବା ପରେ ଶୋକପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ରାଜନେତାମାନେ ମଧ୍ୟ ଶୋକବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି । ସମସ୍ତେ ନିଜର ସୋସିଆଲ ମିଡିଆରେ ଶୋକ ପ୍ରକାଶ କରି ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ବାସୁଦେବପୁର ବିଧାନସଭା ଆସନରୁ ୬ଥର ବିଜୟ ହୋଇଥିଲେ ବିଜୟଶ୍ରୀ ରାଉତରାୟ । ଜନତା ଦଳରୁ ୨ଥର ବିଜୟ ହୋଇଥିବାବେଳେ ବିଜେଡିରୁ ୪ଥର ବିଜୟ ହୋଇଥିଲେ ବିଜୟଶ୍ରୀ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ମଧ୍ୟ ରହିଛନ୍ତି ସେ । ରାଜ୍ୟ ରାଜନୀତିରେ ମଧ୍ୟ ତାଙ୍କର ଦବଦବା ରହିଥିଲା । ସେ ବିଜୁବାବୁଙ୍କ ଅମଳରୁ ରାଜନୀତି ଆରମ୍ଭ କରିଥିଲେ । ୧୯୯୦ରେ ପ୍ରଥମଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରଠାରୁ ସେ ଲଗାତାର ୨୦୧୪ ପର୍ଯ୍ୟନ୍ତ ବିଜୟ ହୋଇଛନ୍ତି ।