Odia News Portal

ଗାଁକୁ ନାହିଁ ପକ୍କା ରାସ୍ତା, ନେତା ମନ୍ତ୍ରୀ କେହି ଶୁଣୁନାହାଁନ୍ତି

ବାଲେଶ୍ୱର: ଆଜି ଯାଏ ଗାଁରେ ହୋଇପାରୁନାହିଁ ରାସ୍ତାକାମ । ବାଲେଶ୍ୱର ଜିଲ୍ଲା େଓøପଦାର ଏଭଳି ଦୃଶ୍ୟ । ଟିକେ ବର୍ଷା ହେଲେ ବି, ଏହି ଖାଲଖମା ରାସ୍ତା କାଦୁଅରେ ଭରିଯାଏ । । ଯାହା ଫଳରେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ । ଏଠାରେ ଗାଡି ତ ଦୂରର କଥା, ରାସ୍ତାରେ ଚାଲିବା ପାଇଁ ବି ହେଉଛି ଅସମ୍ଭବ । ଯାହାକୁ ନେଇ ବାରମ୍ଭାର ଉଚ୍ଚ କର୍ତୁପକ୍ଷମାନଙ୍କୁ ଅଭିଯୋଗ ସତ୍ୱେ ଚୁପ ରହିଛି ପ୍ରଶାସନ ।

ଭୋଟ ପାଇବା ବେଳେ ଏଠି ନେତାମନ୍ତ୍ରୀଙ୍କ ଲାଗେ ଲମ୍ବା ଲାଇନ । କିନ୍ତୁ କାର୍ଯ୍ୟଭାର ଉଠାଇବାବେଳେ ସେମାନଙ୍କର ଦେଖାଦର୍ଶନ ନଥାଏ । ସାଧାରଣ ଲୋକଙ୍କ ଠାରୁ ଅରମ୍ଭ କରି ରୋଗୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କଷ୍ଟସାଧ୍ୟ ହେଇପଡୁଛି । ସରକାରଙ୍କ ମାଳ ମାଳ ଯୋଜନା କରୁଥିବା ବେଳେ ପ୍ରକୃତ ହିତାଧାରୀଙ୍କ ନିକଟରେ ପହଂଚି ପାରୁ ନାହିଁ କୌଣସି ସୁବିଧା ।