ଭୁବନେଶ୍ବର() କରୋନା କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନରେ ରାଜ୍ୟ ସରକାର ୯ଟି ଅଧ୍ୟାଦେଶ ସମେତ ମୋଟ୍ ୧୬ଟି ବିଲ୍ ଆଗତ କରିବେ ବୋଲି ଜଣାପଡିଛି ।
ବିଧାନସଭା ମୌସୁମୀ ଅଧିବେଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କୋଭିଡ୍ ମହାମାରୀ ସମୟରେ ଏହି ଅଧିବେଶନ ବସୁଥିବାରୁ ସାମାଜିକ ଦୂରତା ଓ ସଂକ୍ରମଣ ରୋକିବାକୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ଗୃହରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ଭିଡିଓ କନଫରେନ୍ସିଂ ଜରିଆରେ ନବୀନ ନିବାସରୁ ଯୋଡି ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲା ସ୍ତରରେ କିଛି ବିଧାୟକ ମଧ୍ୟ ଯୋଡି ହେବେ । ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀଙ୍କ ସମେତ କିଛି ବିଧାୟକ ଜିଲ୍ଲା ସ୍ତରରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହେବେ ।