Odia News Portal

ବ୍ରହ୍ମପୁରରେ କୃତ୍ରିମ ବନ୍ୟା

ବ୍ରହ୍ମପୁର: ବର୍ଷା ନହୋଇ ରାସ୍ତା ଉପରେ ମାଡିଗଲା ପାଣି । ବ୍ରହ୍ମପୁର ସହର ଖୋଡାସିଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା । ଆଜ୍ଞା ହଁ ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ । ଖୋଡାସିଙ୍ଗ ଅଞ୍ଚଳରେ ଯାଇଥିବା ୨୮ ଇଞ୍ଚିଆ ପାଣି ପାଇପ୍ ଫାଟିଯାଇଥିଲା । ଫଳରେ ରାସ୍ତରେ ପାଣି ମାଡିଯାଇଛି । ଯାତାୟତ କରିବା ଲାଗି ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପରେ ଖବର ପାଇ ପାଣି ବନ୍ଦ କରାଯାଇଥିଲା । ସେପଟେ ଖବର ପାଇ ପିଏଡି କର୍ମଚାରୀ ଆସି ମରାମତି କରୁଥିବା ଦେଖିବାକୁ ମିଳିଛି । ପାଇପ ଫାଟିବା ପରେ ଏବେ ବ୍ରହ୍ମପୁର ସହରରେ ଜଳ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ତେବେ ଖୁବ୍‌ଶିଘ୍ର ମରାମତି କରାଯାଇ ପାନୀୟଜଳ ଯୋଗାଯିବ ବୋଲି ସୂଚନା ଦିଆଯାଇଛି ।