ଭୁବନେଶ୍ୱର() ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତୁ୍ୟର ଖୋଳତାଡ଼ କରୁଛି କ୍ରାଇମବ୍ରାଂଚ । ତେବେ ଏହି ମାମଲାର ମୋଡ଼ ବଦଳିବାକୁ ଯାଉଛି । ଆଦିତ୍ୟ ଦାସଙ୍କ ମୃତୁ୍ୟ ପଛରେ ଜଣେ ସାଇକୋ ଲେଡ଼ିର ହାତ ରହିଛି ବୋଲି ଆଦିତ୍ୟଙ୍କ ବାପା ଅଭିଯୋଗ କରିଛନ୍ତି । ଏନେଇ କ୍ରାଇମବ୍ରାଂଚ ତଦନ୍ତ କରୁନଥିବାରୁ ଏହାର ସିବିଆଇ ପାଇଁ ସେ ଦାବି କରିଛନ୍ତି । ଅପରପକ୍ଷରେ ଆଦିତ୍ୟଙ୍କ ପନôୀ ବିଦ୍ୟାଶ୍ରୀ ମଧ୍ୟ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପିଟିସନ ଦାଏର କରିଛନ୍ତି ।
ଆଦିତ୍ୟଙ୍କ ବାପା କହିଛନ୍ତିଯେ, ଜଣେ ମହିଳା ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲେ । ତାଙ୍କୁ ବିବାହ କରିବା ପାଇଁ ବ୍ଲାକମେଲିଂ କରୁଥିଲେ । ସେହି ମହିଳାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଦରକାର । କିନ୍ତୁ କ୍ରାଇମବ୍ରାଂଚ ଏଦିଗରେ ତଦନ୍ତ କରୁନାହିଁ ବୋଲି ସେ ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।