ଭୁବନେଶ୍ୱର () ୫ଟିରେ ଅଧିନରେ ଆସିବ ଶ୍ରମ ବିଭାଗ । ଚଞ୍ଚକତା କରୁଥିବା ଅଧିକାରୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ୟ୍ୟାନୁଷ୍ଠାନ । ଦାଦନ ଚାଲାଣ ରୋକିବା ଦିଗରେ ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ । ଏନେଇ ସୂଚନା ଦେଇଛନ୍ତି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ।
ନିଜ ପେଟପାଟଣା ପାଇଁ ବିଦେଶ ଯାଉଥିବା ଶ୍ରମିକଙ୍କ ପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର ଡେସ୍କ ଖୋଲାଯିବ । ଦିଲ୍ଲୀରେ ଡେସ୍କ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀ ଦାଦନ ସମସ୍ୟା ରୋକିବାକୁ ଖୁବଶୀଘ୍ର ଘୋଷଣା କରିବେ ।
ରାଜ୍ୟର ୧୧ ଜିଲ୍ଲାକୁ ଦାଦନ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି । ଦଲାଲଙ୍କ ଉପରେ ନଜର ରଖାଯାଇଛି ଓ କାର୍ୟ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀରେ ହେଲ୍ପ ଡେସ୍କ ଖୋଳିଛନ୍ତି ରାଜ୍ୟ ସରକାର । ଅନ୍ୟ ରାଜ୍ୟରେ ମଧ୍ୟ ହେଲ୍ପଡେସ୍କ କରିବାକୁ ବ୍ୟବସ୍ଥା କରାଯାଇଛି ।