ଭୁବନେଶ୍ୱର: ଯୁକ୍ତ ୨ ମୂଲ୍ୟାଙ୍କନ ଲାଗି ବାରମ୍ବାର ବସୁଛି ବୈଠକ । ତେବେ ଏଯାବତ ବାହାରିପାରିଲାନି ନିଷ୍କର୍ସ । ଗତକାଲି ୨୦୨୧-୨୨ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ବିଶେଷଜ୍ଞ ବୈଠକ ବସିଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଆଜି ଅନ୍ତିମ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି । ଆଜି କିମ୍ବା ଶୁକ୍ରବାର ଏକ୍ସପୋର୍ଟ କମିଟିର ତା\’ର ରିପୋର୍ଟ ସିଏଚ୍ଏସ୍ଇକୁ ପ୍ରଦାନ କରିବ ।
ବୁଧବାର ବିଶେଷଜ୍ଞ କମିଟିର ତୃତୀୟ ବୈଠକ ବସିଥିଲା। ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ୧୪ ଜଣିଆ ବିଶେଷଜ୍ଞ କମିଟିକୁ ପରିଷଦ ପକ୍ଷରୁ କୁହାଯାଇଥିଲା।ଦୁଇ ଥର ବୈଠକ ପରେ ମଧ୍ୟ ସଦସ୍ୟମାନେ କିଛି ନିଷ୍ପତ୍ତିରେ ପହଞ୍ଚି ନ ପାରିବାରୁ ଗତକାଲି ବୈଠକ ଡକାଯାଇଥିଲା। କିନ୍ତୁ ଏହି ବୈଠକରେ କମିଟି ଏଯାଏ କୌଣସି ରିପୋର୍ଟ ଦେଇପାରିନି। ବୈଠକରେ ବିଭିନ୍ନ ପ୍ରକାର ପ୍ରସ୍ତାବ ଆସିଥିଲା। ସେଥିରୁ କିଛି ପ୍ରୋପୋଜାଲକୁ ଆଖି ଆଗରେ ରଖା ଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଆଜି ପୁଣି ବସିପାରେ ବୈଠକ। ଦିନେ ଦୁଇ ଦିନ ଭିତରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ କହିଛନ୍ତି ।