ଭୁବନେଶ୍ୱର: ଦିନକୁ ଦିନ ହୁହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର । ରାଜ୍ୟରେ ୩ଟି ସହରରେ ୧୦୦ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର । ଯାହାକୁ ନିମ୍ନ ଓ ମଧ୍ୟବିତ୍ତ ପରିବାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ତେବେ ଆଜି ରାଜ୍ୟରେ ନୂଆ ଦର ଅନୁସାରେ ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୦୧.୯୪ ଟଙ୍କା ଏବଂ ଡିଜେଲ ୯୯.୬୯ ଟଙ୍କାରେ ପହଞ୍ଚିଛି। କୋରାପୁଟରେ ପେଟ୍ରୋଲ ଲିଟର ୧୦୦.୮୮ ଟଙ୍କା ଏବଂ ଡିଜେଲ ୯୮.୬୮ ଟଙ୍କା ହୋଇଛି। ନବରଙ୍ଗପୁରେ ପେଟ୍ରୋଲ ୧୦୧.୦୬ ଟଙ୍କା ଏବଂ ଡିଜେଲ ୯୮.୮୫ ଟଙ୍କାରେ ପହଞ୍ଚିଛି। ସମ୍ବଲପୁରରେ ପେଟ୍ରୋଲ ଲିଟର ୯୭.୨୨ ଟଙ୍କା ଏବଂ ଡିଜେଲ ଲିଟର ୯୫.୧୫ ଟଙ୍କା ହୋଇଛି। ସୁନ୍ଦରଗଡ଼ରେ ପେଟ୍ରୋଲ ୯୪.୮୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୯୬.୯୩ ଟଙ୍କାରେ ବିକ୍ରୟ କରାଯାଉଛି।
ଶନିବାର ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଲିଟର ପିଛା ୨୭ ପଇସା ବୃଦ୍ଧି କରିଥିବାବେଳେ ଡିଜେଲ ଲିଟର ପିଛା ୨୬ ପଇସା ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଦର ଅନୁସାରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୬.୯୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୮୫ ଟଙ୍କାରେ ବିକ୍ରୟ କରାଯାଉଛି