ଭୁବନେଶ୍ୱର() ରାଜ୍ୟ କଂଗ୍ରେସରେ ଗତ କିଛି ଦିନ ଧରି ସଂଗଠନକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି । କଂଗ୍ରେସ ସଂଗଠନ ଦୁର୍ବଳ ହୋଇପଡ଼ୁଥିବାରୁ ଦଳର କେତେକ ନେତା ଗତକାଲି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଘରେ ବୈଠକ ଡାକି ମେଳି କରିଥିଲେ । ତେବେ ପିସିସି ପରିବର୍ତ୍ତନ ପ୍ରସଙ୍ଗରେ କଂଗ୍ରେସର ବିଶୃଙ୍ଖଳା କଥା ଏଆଇସିସିକୁ କହିବି ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି ।
ସେ କହିଛନ୍ତି ଯେ, ମୁଁ ପିସିସି ସଭାପତି ରେସରେ ନାହିଁ । ମୁଁ ତୃତୀୟ ଶ୍ରେଣୀ କର୍ମଚାରୀ । ତେବେ ନୂଆଁଖାଇ ପଙ୍ଗତ ଆଳରେ ଏକାଠି ହୋଇଛି କିଛି ନେତା ପିସିସି ସଭାପତି ହେବୁ ବୋଲି କହୁଛନ୍ତି । ଦଳରେ ଏଭଳି ବିଶୃଙ୍ଖଳା ନେଇ ଏଆଇସିସିର ଦୃଷ୍ଟି ଆକର୍ଷଣ କରିବି ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି ।
ଗତକାଲି ତାରାଙ୍କ ବାସଭବନରେ କଂଗ୍ରେସ ନେତାମାନଙ୍କ ଏକ ମେଳି ଦେଖିବାକୁ ମିଳିଥିଲା । ଯେଉଁ ବୈଠକରେ କେତେକ ବିଧାୟକ ଓ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ଏହି ଅବକାଶରେ ତାରା ନିଜେ ପିସିସି ସଭାପତି ହେବା ପାଇଁ ଆଗ୍ରହୀ ଥିବା ସୁରାକ ଦେଇଥିଲେ ।
ତାରା କହିଥିଲେଯେ, ମୁଁ କନଷ୍ଟେବଳ ନମ୍ବର ୱାନ ଥିଲି । ଏବେ ବିଧାୟକ ନମ୍ବର ୱାନ ହୋଇଛି । ପିସିସି ସଭାପତି ହେଲେ ବି ନମ୍ବର ୱାନ ହେବି ବୋଲି କହିଥିଲେ । ସେ ପିସିସି ସଭାପତି ପଦ ପାଇଁ ଲବି କରୁନାହାନ୍ତି କିନ୍ତୁ ତାଙ୍କୁ ପିସିସି ସଭାପତି କରାଗଲେ ସେ ଛାଡ଼ିବେନି ବୋଲି କହିଥିଲେ ।