Odia News Portal

କୋଭିଡ ଚିକିତ୍ସିତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ସୌମ୍ୟଶଙ୍କର ଚକ୍ର

ଭୁବନେଶ୍ୱର: କୋଭିଡ ସେଣ୍ଟରରେ ଚିକିତ୍ସିତ ପରିଜନଙ୍କୁ ଖାଦ୍ୟ ବଣ୍ଟନ କରିବା ସହିତ ଚିକିତ୍ସିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ଯୁବ ବିଜେଡ଼ିର ରାଜ୍ୟ ଉପସଭାପତି ସୌମ୍ୟ ଶଙ୍କର ଚକ୍ର । ବିଶେଷ କରି ରୋଗୀଙ୍କ ସହ ପରିଜନ ମାନେ ଫୋନରେ କଥା ହେଇ ପାରୁଛନ୍ତି ନା ନାହିଁ ସେ ବିଷୟରେ ମଧ୍ୟ ପଚାରି ବୁଝିଛନ୍ତି ।

ଏହାଦ୍ବାରା ଚିକିତ୍ସିତଙ୍କ ପରିଜନ ସେମାନଙ୍କ ଚିକିତ୍ସା ବିଷୟରେ ସୂଚନା ପାଇ ପାରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଶ୍ରୀ ଚକ୍ର କୋଭିଡ ସେଣ୍ଟରରେ ଚିକିତ୍ସିତ ହେଉଥିବା ରୋଗୀ ଓ ପରିଜନଙ୍କ ମଧ୍ୟରେ ଯୋଗସୂତ୍ର ସହଜ କରିଦେଇଥିବାରୁ ପରିଜନ ମାନେ ବେଶ ସନ୍ତୋଷ ବ୍ୟକ୍ତ କରିଛନ୍ତି।

କିଛିଦିନ ପୂର୍ବରୁ ଶ୍ରୀ ଚକ୍ର କେନ୍ଦୁଝରରେ କୋଭିଡ୍ ପରିସ୍ଥିତିକୁ ନଜରରେ ରଖି କୋଭିଡ୍ ମୁକାବିଲା ନିମନ୍ତେ ଜିଲ୍ଲାପାଳଙ୍କୁ ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏଥି ସହିତ କରୋନା ମୁକାବିଲାକୁ ନେଇ କିଭଳି ଯୁବ ବିଜେଡି କର୍ମକର୍ତ୍ତା ସାହାଯ୍ୟ କରି ପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।