Odia News Portal

ପ୍ରାର୍ଥୀ ମିଳୁନଥିବାରୁ ଅନ୍ୟ ଦଳର ଅସନ୍ତୁଷ୍ଟଙ୍କୁ ଅପେକ୍ଷା କରିଛି କି ବିଜେପି: ସସ୍ମିତ

ବିଜେପିର ପ୍ରାର୍ଥୀତାଲିକା ଘୋଷଣା ନେଇ ଆଜି ପ୍ରଶ୍ନ ଉଠାଇଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ପ୍ରାର୍ଥୀ ମିଳୁନଥିବାରୁ ଅନ୍ୟ ଦଳର ଅସନ୍ତୁଷ୍ଟଙ୍କୁ ଅପେକ୍ଷା କରିଛି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । କିନ୍ତୁ ୧୨୦ କଥା କହୁଥିବା ବିଜେପି ଏ ଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ତାଙ୍କ ପାଖରେ ପ୍ରାର୍ଥୀ ନାହାନ୍ତି, ତାଙ୍କ ଅଙ୍କ ଛିଡୁନି । ତାଙ୍କ ପାଖରେ ପ୍ରାର୍ଥୀ ନାହାନ୍ତି ସେଥିପାଇଁ ଏଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ବୋଲି କହିଛି ବିଜେଡି ।

ପର ଘର ତିଅଣରେ ଆତିଥି ସକ୍ରାର କରିବା ବିଜେପି ବୋଧେ ଶିଖି ଗଲାଣି । ସେଥିପାଇଁ ତ ବିଜେପି ଅନ୍ୟ ଦଳରୁ ବାହାରି ଯାଉଥିବା ପ୍ରାର୍ଥୀକୁ ନିଜ ଦଳକୁ ଆଣିବା ଉଦ୍ଦେଶ୍ୟରେ ନିଜର ପ୍ରାର୍ଥୀ ତାଲିକା ଚୂଡାନ୍ତ କରିପାରୁନାହିଁ ବୋଲି ଭାରତୀୟ ଜନତା ପାର୍ଟିକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି ଯେ, ବିଜୁ ଜନତା ଦଳ ତାର ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ସେହିଭଳି କଂଗ୍ରେସ ଏକ ରାଷ୍ଟ୍ରୀୟ ଦଳ ହୋଇ ବି ନିଜର ପ୍ରାର୍ଥୀ ତାଲିକା ଚୂଡାନ୍ତ କରି ଘୋଷଣା କରିସାରିଲାଣି ହେଲେ ରହସ୍ୟର ବିଷୟ ହେଲା, ବିଜେପି ଯିଏ କି ୧୨୦ +ର କଥା କହୁଥିଲା ଏବଂ ଓଡିଶାକୁ ଅକ୍ତିଆର କରୁଥିବା ସବୁବେଳେ କହୁଥିବା ଭାରତୀୟ ଜନତା ପାର୍ଟିର ତାଲିକା କାହିଁକି ଏଯାବତ୍ ଚୂଡାନ୍ତ କରିପାରୁନି ।ସେ ଆହୁରୀ ମଧ୍ୟ କହିଛନ୍ତି କି, ସତ କଥା କହିବାକୁ ଗଲେ ବିଜେପି ପାଖରେ ୧୨୦+ ମିଶନ ପାଇଁ ୧୨୦ଟି ପ୍ରାର୍ଥୀ ନାହାଁନ୍ତି ଏବଂ ସେଥିପାଇଁ ଅନ୍ୟ ଦଳରୁ ଯାଉଥିବା ପ୍ରାର୍ଥୀଙ୍କ ଅପେକ୍ଷାରେ ବିଜେପି ରହିଛି ବୋଲି ଭାରତୀୟ ଜନତା ପାର୍ଟିକୁ ଆକ୍ରମଣ କରିଛନ୍ତି ବିଜେଡି ମୁଖ୍ୟପାତ୍ର ସସ୍ମିତ ପାତ୍ର ।

ସେପଟେ ବିଜେଡିର ପ୍ରଶ୍ନର ଜବାବ୍ରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ବିଜେପି ଏକ ଆଂଚଳିକ ଦଳ ନୁହେଁ , ଏକ ରାଷ୍ଟ୍ରୀୟ ଦଳ । ତେବେ ଦଳର କିଛି ପ୍ରକ୍ରିୟା ରହିଛି । ଆଉ ସେହି ପ୍ରକ୍ରିୟା ଅନୁଯାୟୀ ପ୍ରାର୍ଥୀ ଚୟନ ହେଉଛି । ତେଣୁ ବିଜେପିକୁ ବିଜୁ ଜନତା ଦଳର ଇଙ୍ଗିତରେ ପ୍ରାର୍ଥୀ ଦେବାର ଆବଶ୍ୟକତା ନାହିଁ ବୋଲି କହିବା ସହିତ ବିଜେପି ବିଷୟରେ ବିଜେଡିର କାହିଁକି ଚିନ୍ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତେବେ ଆଜି ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ହେବା ନେଇ କହିଛନ୍ତି ବିଜେପି ନେତ୍ରୀ ଶ୍ରୀମତି ଲେଖାଶ୍ରୀ ସାମନ୍ତସିଂହାର ।