ନୂଆଦିଲ୍ଲୀ () ନୂଆଦିଲ୍ଲୀରେ ୭୦ ଆସନରୁ ଗୋଟିଏ ବି ଆସନ କଂଗ୍ରେସ ଜିତି ପାରିବ ନାହିଁ ବୋଲି ଭୋଟ ଗଣତି ଟ୍ରେଣ୍ଡରୁ ସ୍ପଷ୍ଟ ହେବାରେ ଲାଗିଛି। ଆପ ୫୮ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ମାତ୍ର ୧୨ଟି ଆସନରେ ଲିଡ୍ କରୁଛି।
ଏସବୁ ଭିତରେ କଂଗ୍ରେସ ଆଗୁଆ ନିଜର ପରାଜୟ ସ୍ୱୀକାର କରିଛି ଓ ତୃତୀୟ ଥର କ୍ଷମତା ଦଖଲ କରିବାକୁ ଯାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆପକୁ ଶୁଭେଚ୍ଛା ଜଣାଇଛି। ଲୋକସଭାରେ କଂଗ୍ରେସର ସଂସଦୀୟ ଦଳ ନେତା ଥିବା ଅଧୀର ରଞ୍ଜନ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି ଯେ “ କଂଗ୍ରେସ ପାଇଁ ଦିଲ୍ଲୀରେ କିଛି ବି ନାହିଁ। ବିକାଶର ଏଜେଣ୍ଡା ଶେଷରେ ଦିଲ୍ଲୀରେ ଜିତିଛି। ମୁଁ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଉଛି। ଦିଲ୍ଲୀ ନିର୍ବାଚନ ବାଇପୋଲାର ହୋଇଛି ଏବଂ ଏଠାରେ କଂଗ୍ରେସ ପାଇଁ କିଛି ବି ନାହିଁ।