ବ୍ରିଟେନ ଅଦାଲତଙ୍କ ନିଷ୍ପତ୍ତି ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ଦୃଷ୍ଟିରୁ ବହୁତ ମହତ୍ଵପୂର୍ଣ୍ଣ ଅଟେ। ୟୁକେ ଅଦାଲତ କହିଛି ଯେ ତିହାର ଜେଲ ବହୁତ ସୁରକ୍ଷିତ ପରିସର। ଏଠାରେ ଭାରତୀୟ ପଳାତକଙ୍କୁ ପ୍ରତ୍ୟର୍ପଣ କରାଯାଇ ପାରିବ ବୋଲି ବ୍ରିଟେନର ଅଦାଲତ କହିଛନ୍ତି। କ୍ରିକେଟ୍ ଫିକ୍ସିଂର ଅଭିଯୁକ୍ତ ସଞ୍ଜୀବ ଚାଓ୍ଵଲାଙ୍କ ମାମଲାରେ ଶୁଣାଣି ବେଳେ ଆସିଥିବା ଏହି ନିଷ୍ପତ୍ତି ବ୍ୟାଙ୍କ ଘୋଟାଲାରେ ପଳାୟନ କରିଥିବା ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଦୃଷ୍ଟିରୁ ବହୁତ ମହତ୍ଵପୂର୍ଣ୍ଣ।
ଲଣ୍ଡନ ହାଇକୋର୍ଟର ଜଷ୍ଟିସ ଲେଗାଟ ଓ ଜଷ୍ଟିସ ଡିଙ୍ଗେମ୍ୟାଗନ୍ସ ଶୁକ୍ରବାର ଦେଇଥିବା ନିଜ ରାୟରେ କହିଛନ୍ତି ଯେ ତିହାରରେ ଭାରତୀୟ ମୂଳର ବ୍ରିଟିଶ ନାଗରିକ ସଞ୍ଜୀବ ଚାଓ୍ଵଲାଙ୍କ ପାଇଁ କୌଣସି ବିପଦ ନାହିଁ। ସଞ୍ଜୀବ ଚାଓ୍ଵଲାଙ୍କ ଉପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ମ୍ୟାଚର ଫିକ୍ସିଂ କରିଥିବାର ଅଭିଯୋଗ ଲାଗିଛି। ଏହା ହେନ୍ସି କ୍ରୋନିଓ ମ୍ୟାଚ୍ ଫିକ୍ସିଂ ମାମଲା ଥିଲା। ଏଥିରେ ଭାରତୀୟ କ୍ରିକେଟର ଅଜୟ ଜାଡ଼େଜା ଓ ମହମ୍ମଦ ଅଜହରୁଦ୍ଦୀନଙ୍କ ଉପରେ ମଧ୍ୟ ଅଭିଯୋଗ ହୋଇଥିଲା।
ଭାରତ ପକ୍ଷରୁ ଚାଓ୍ଵଲାଙ୍କ ଚିକିତ୍ସାର ଭରସା ଦେବା ପରେ ଲଣ୍ଡନ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଲଣ୍ଡନ ଉଚ୍ଚ ନ୍ୟାୟାଳୟର ଏହି ନିଷ୍ପତ୍ତିର ପ୍ରଭାବ ବିଜୟ ମାଲ୍ୟାଙ୍କ ଉପରେ ମଧ୍ୟ ପଡ଼ିବ। କାରଣ ମାଲ୍ୟା ସର୍ବଦା ଭାରତର ଜେଲଗୁଡିକୁ ଅସୁରକ୍ଷିତ କହି ଆସିଛନ୍ତି। କିନ୍ତୁ ଏବେ ବ୍ରିଟିଶ ଅଦାଲତରୁ ତାଙ୍କର ପ୍ରତ୍ୟର୍ପଣକୁ ମଞ୍ଜୁରୀ ମିଳିପାରେ।
ଏବେ ଏହି ମାମଲାର ନୂତନ ନିଷ୍ପତ୍ତି ପାଇଁ କେସକୁ ଓ୍ଵେଷ୍ଟମିନିଷ୍ଟର କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ବ୍ରିଟେନର ବୈଦେଶିକ ମନ୍ତ୍ରୀ ଚାଓ୍ଵଲାଙ୍କ ପ୍ରତ୍ୟର୍ପଣ ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ମାତ୍ର ଏହାକୁ ହାଇକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇପାରେ। କେବଳ ଏତିକି ନୁହେଁ ଏହାକୁ ଲଣ୍ଡନର ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇ ପାରିବ।
Sign in
Sign in
Recover your password.
A password will be e-mailed to you.