ଚଣ୍ଡିଗଡ଼: କରୋନାରେ ଆକ୍ରାନ୍ତ ହୋଇ ରୋହତକର ମେଦାନ୍ତ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି ଡେରା ସୌଚ୍ଚ ବାବା ରାମ୍ ରହିମ । ବାବାଙ୍କ ଧରମ ଝିଅ ତଥା ନିକଟତମ ହନିପ୍ରୀତ ତାଙ୍କ ଯତ୍ନ ନେଉଛନ୍ତି । ତେବେ ସେ ତାଙ୍କର ଆଟେଣ୍ଡାନ୍ସ ଭାବେ ହସ୍ପିଟାଲରେ ପଞ୍ଜିକରଣ କରିଛନ୍ତି । ଏକ ଆଟେନଣ୍ଡାନ୍ସ କାର୍ଡ ମଧ୍ୟ ବାହାର କରିଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ରୋହତକର ଡେରା ସୌଚ୍ଚ ହେଉଛନ୍ତି ବାବା ରାମ ରହୀମ । ଜଣେ ମାତାଜୀଙ୍କୁ ଦୁଷ୍କର୍ମ କରିଥିବା ୨୦୧୭ରୁ ଅଭିଯୋଗରେ ଜେଲଦଣ୍ଡ ଭୋଗୁଛନ୍ତି । ୧୨ ବର୍ଷ ତଳର ପୁରୁଣା ମାମଲାରେ ଫଶିଛନ୍ତି ବାବା । ଏହି ମାମଲା ପରେ ବାବାଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଥିଲା । ବିଳାସମୟ ଜୀବନ ବିତାଉଥିବା ବାବାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ସତ ପଦାରେ ପଡ଼ିଥିଲା ।