ଭାରତୀୟ ସେନାର ଉପସେନାମୁଖ୍ୟଙ୍କୁ ଦକ୍ଷିଣପଶ୍ଚିମ କମାଣ୍ଡ୍ର ଆର୍ମି କମାଣ୍ଡର ଭାବେ ବଦଳି କରାଯିବା ପରେ ଲେଫ୍ଟନାଣ୍ଟ ଜେନେରାଲ ଏମ୍ଭି ଶୁଚୀନ୍ଦ୍ରଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ଉପସେନାମୁଖ୍ୟ ଭାବେ ପଦୋନ୍ନତି ପାଇବା ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ ଶୁଚୀନ୍ଦ୍ର ଆର୍ମି ଷ୍ଟାଫ (ଷ୍ଟ୍ରାଟେଜି)ର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଜାମ୍ମୁ-କାଶ୍ମୀରରେ ହ୍ବାଇଟ୍ ନାଇଟ୍ କର୍ପସ୍ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସେ ସଫଳତାର ସହ ନିର୍ବାହ କରିଆସିଛନ୍ତି। ବର୍ତ୍ତମାନ ଉପସେନାମୁଖ୍ୟ ଥିବା ଲେଫ୍ଟନାଣ୍ଟ ଜେନେରାଲ ବିଏସ୍ ରାଜୁଙ୍କୁ ଦକ୍ଷିଣପଶ୍ଚିମ କମାଣ୍ଡ୍କୁ ମୁଖ୍ୟ ଭାବେ ବଦଳି କରାଯାଇଛି। ଦକ୍ଷିଣପଶ୍ଚିମ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏଏସ୍ ଭିନ୍ଦର ଫେବ୍ରୁଆରି ୨୮ରେ ଅବସର ନେବା ପରେ ସେ ଏହି ଦାୟିତ୍ବ ଗ୍ରହଣ କରିବେ।