Odia News Portal

ହେଲିକପ୍ଟର କିଣିଲେ କବାଡି ବାଲା

ନୂଆଦିଲ୍ଲୀ: ପ୍ରତ୍ୟେକ ମେସିନ ଜାତୀୟ ଜନିଷ ମନୁଷ୍ୟଙ୍କୁ ଆକର୍ଷିତ କରିଥାଏ । ଏମିତି ବେଳେ ବେଳେ ଜେସିବ ଏବଂ କ୍ରେନ ଦେଖିବାକୁ ଲୋକଙ୍କ ଭିଡ ଜମିଥାଏ । ଏବେ ଉଡାଜାହାଜରେ ଲୋକେ ସବୁବେଳେ ଯିବା ଆସିବା କରୁଛନ୍ତି । ଏବଂ ପ୍ରାୟ ବିଶିଷ୍ଟ ଲୋକଙ୍କ ପାଖରେ ବି ନିଜସ୍ୱ ହେଲିକପ୍ଟର ରହୁଛି । ତଥାପି ହେଲିକପ୍ଟର ଦେଖିବାକୁ ଲୋକଙ୍କ ଗହଳି ରହୁଛି । ତାହା ପୁଣି ଜଙ୍କ ଲାଗିଯାଇଥିବା ହେଲିକପ୍ଟର । ଖାଲି ସେତିକି ନୁହେଁ ଲୋକେ ସେହି ଜଙ୍କ ହେଲିକପ୍ଟର ସହ ସେଲଫି ମଧ୍ୟ ନେଉଛନ୍ତି । ଆଜ୍ଞା ହଁ ଏହି ହେଲିକପ୍ଟର ଯିଏ କିଣିଛନ୍ତି ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେ ହେଲେ ଜଣେ କବାଡି ବାଲା ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନା ଜଶେ କବାଡି ବାଲା ପୁଣି ହେଲିକପ୍ଟର ସେ ପୁଣି ଗୋଟେ କି ଦୁଇଟା ନୁହେଁ ଏକାବେଳେ ୬ଟି ହେଲିକପ୍ଟର । ତେବେ ଆସନ୍ତୁ ଜାଣିବା କିଏ ସେ କବାଡି ବାଲା ଏହି ରିର୍ପୋଟରେ ।

କବାଡି ବାଲା ଏବେ ହେଲିକପ୍ଟର ମାଲିକ । ଗୋଟିଏ କି ଦୁଇଟି ନୁହେଁ ବରଂ ୬ଟି ହେଲିକପ୍ଟର ମାଲିକ ବର୍ତମାନ ଜଣେ କବାଡି ବାଲା । ସାଧାରଣତଃ ଆମ ଦେଶରେ ବିମାନ ଯାତ୍ରା ଖୁବ ବ୍ୟୟବହୁଳ । ଆଉ ଅମ୍ବାନୀ ଏବଂ ଅକ୍ଷୟ କୁମାରଙ୍କ ଭଳି କିଛି ହାତ ଗଣତି ବ୍ୟବସାୟୀ ଏବଂ କିଛି ସେଲିବ୍ରେଟିଙ୍କ ପାଖରେ ରହିଛି କିଛି ନିଜସ୍ୱ ବିମାନ । ହେଲେ ଆପଣ ଜାଣିଛନ୍ତି କି ଜଣେ କବାଡି ବାଲା ବି କିଣିଛନ୍ତି ହେଲିକପ୍ଟର । ଆଜ୍ଞା ହଁ ଏହାରି ଭିତରେ ଜଣେ କବାଡି ବାଲା ହେଲିକପ୍ଟର କିଣି ଚର୍ଚ୍ଚାରେ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି କବାଡି ବାଲାଙ୍କ ବିଷୟରେ । ଆକାଶରେ ଉଡୁଥିବା ହେଲିକପ୍ଟର ଏବେ ତାଙ୍କ ଦୁଆରେ । ୬ଟି ହେଲିକପ୍ଟର କିଣି ଏବେ ଚର୍ଚ୍ଚାରେ କବାଡି ବାଲା । ସେଲିବ୍ରିଟିଙ୍କ ପରି ତାଙ୍କ ଘର ଆଗରେ ଲାଗୁଛି ଲମ୍ବା ଲାଇନ । ପଞ୍ଜାବ ମାନସାର ଜଣେ ଜଣାଶୁଣା କବାଡି ବାସିନ୍ଦା ମିଠୁରାମ । ଆକାଶରେ ଉଡୁଥିବା ହେଲିକପ୍ଟରକୁ ଦୁଆରେ ରଖିଛନ୍ତି ମିତୁ । ଭାରତୀୟ ବାୟୁସେନାର ୬ଟି ହେଲିକପ୍ଟର କିଣି ଏବେ ଚର୍ଚ୍ଚାରେ ରହିଛନ୍ତି ମିତୁ ।

କବାଡି ବାଲାରୁ ସେ ପାଲଟି ଯାଇଛନ୍ତି ହେଲିକପ୍ଟରର ମାଲିକ । ଆମ ଦେଶରେ କିଛି ସେଲିବ୍ରିଟିଙ୍କ ପାଖରେ ଗୋଟିଏ କି ଦୁଇଟି ହେଲିକପ୍ଟର ଥିବାବେଳେ ମିଠୁଙ୍କ ପାଖରେ ରହିଛି ଛଅ ଛଅ ଟି ହେଲିକପ୍ଟର । କବାଡି ବାଲାରୁ ହେଲିକପ୍ଟର ମାଲିକ କେମିତି ହେଲେ ମିଠୁ ଆପଣ ଜାଣିଛନ୍ତି କି । ତେବେ ଶୁଣନ୍ତୁ । ପଞ୍ଜାବ ମାନସାରର ମିତୁ ରାମ । ମିଠୁୁଙ୍କର ଗୋଟିଏ କବାଡି ଦୋକାନ ରହିଛି । ୧୯୮୮ ମସିହାରୁ ସେ ଏହି କବାଡି ବ୍ୟବସାୟ ଆରମ୍ଭ କରିଛନ୍ତି । ସେ ଏବଂ ତାଙ୍କ ପୁଅ ଡିମ୍ପଲ ଆରୋରା ପ୍ରାୟ ୬ ଏକର ଜମିରେ ଏକ ଗୋଦାମ କରିଛନ୍ତି । ତିନି ମାସ ତଳେ ଅନଲାଇନରେ ଏୟାରଫୋର୍ସର ନିଲାମ ବିଜ୍ଞାପନ ବାହାରି ଥିଲା । ଏହାକୁ ଦେଖି ସେ ବିମାନ ଗୁଡିକ କ୍ରୟ କରିବାକୁ ଚାହିଁଥିଲେ ।

ଉତରପ୍ରଦେଶର ସାହାରନପୁରରେ ଏହି ହେଲିକପ୍ଟର ଗୁଡିକର ଅନଲାଇନ ନିଲାମି ଡକାଯାଇଥିଲା । ପ୍ରତି ହେଲିକପ୍ଟରର ଓଜନ ରହିଥିଲା ୧୦ ଟନ । ଏବଂ ସେ ଏହି ୬ଟି ହେଲିକପ୍ଟରକୁ ୭୨ ଲକ୍ଷ ଟଙ୍କାରେ କିଣିଥିଲେ । ବର୍ତମାନ ସୁଦ୍ଧା ୩ଟି ହେଲିକପ୍ଟର ବିକ୍ରି ସରିଛି । ଗୋଟିଏ ହେଲିକପ୍ଟର ମୁମ୍ବାଇର ଜଣେ ଫିଲ୍ମ ନିର୍ମାତା କିଣି ନେଇଥିବା ବେଳେ ଅନ୍ୟ ଟିକୁ ଲୁଦ୍ଧିଆନର ଜଣେ ହେଟେଲ ମାଲିକ ଏବଂ ତୃତୀୟ ହେଲିକପ୍ଟର ଟିକୁ ମଡେଲ ଭାବରେ ସଜାଇବା ପାଇଁ ଚଣ୍ଡିଗଡର ଜଣେ ବ୍ୟକ୍ତି କିଣିଛନ୍ତି । ହେଲିକପ୍ଟରକୁ ମାନସାର ଆଣିବାକୁ ପ୍ରତି ହେଲିକପ୍ଟର ପିଛା ୭୫ ହଜାର ଟଙ୍କା ଭଡା ଦେବାକୁ ପଡୁଥିଲା । ଆଉ ହେଲିକପ୍ଟରକୁ ଦେଖିବା ପାଇଁ ଲୋକଙ୍କର ଲାଗୁଥିଲା ଲମ୍ବା ଲାଇନ୍ । ଲୋକେ ସେଲଫି ନେବାକୁ ମଧ୍ୟ ଭୁଲୁ ନଥିଲେ ।

ଉତରପ୍ରଦେଶର ସାନାରନପୁର ଜିଲ୍ଲାର ସରସାୱା ଏୟାରବେସ ଷ୍ଟେସନରୁ ବାୟୁସେନାର ୬ଟି ହେଲିକପ୍ଟର କିଣିଛନ୍ତି । ଏହି ହେଲିକପ୍ଟର ଗୁଡିକର ୭୨ ଲକ୍ଷ ଟଙ୍କା । ମିଠୁଙ୍କ ପୁଅ ଡିମ୍ପଲ କହିଛନ୍ତି ତାଙ୍କ ପିତା ପ୍ରଥମେ କବାଡି ଦୋକାନ ଆରମ୍ଭ କରିଥିଲେ । ସମୟ ଅନୁସାରେ ତାଙ୍କର କାମ ଏତେ ବଢିଗଲା ଯେ ୬ଏକର ଜମିରେ ତାଙ୍କର ଗୋଦାମ କରିଛନ୍ତି । ଡିମ୍ପଲ କେବଳ ତାଙ୍କ ଅଚଂଳ ମନସା କିମ୍ବା ତାଙ୍କ ରାଜ୍ୟ ପଞ୍ଜାବ ନୁହେଁ ବରଂ ଦେଶର ବିଭିନ୍ନ ସ୍ଥାନକୁ ଯାଇ କବାଡି କିଣିବାକୁ ଯାଆନ୍ତି । ଡିମ୍ପଲ ଏହି ହେଲିକପ୍ଟର ବିଷୟରେ ଜାଣିବାକୁ ପାଇଥିଲେ ଯେତବେଳେ ତିନି ମାସ ତଳେ କବାଡି କିଣିବା ପାଇଁ ଅନଲାଇନ ସର୍ଚ କରୁଥିଲେ । ସେହି ସମୟରେ ଅନଲାଇନରେ ଏୟାରଫୋର୍ସର ନିଲାମ ବିଜ୍ଞାପନ ପାଇଥିଲେ । ୬ଟି ହେଲିକପ୍ଟର କିଣିବା ପରେ ସେଠାରେ ତାଙ୍କ ଠାରୁ ତିନୋଟି ହେଲିକପ୍ଟର ସେଇଠି ବ୍ରକ୍ରି ହୋଇଥିଲା । ବର୍ତମାନ ଏହି ହେଲିକପ୍ଟରକୁ ଦେଖିବା ପାଇଁ ଲୋକମାନେ ବହୁ ସଂଖ୍ୟରେ ପହଂଚୁଛନ୍ତି ।

ତେବେ ଆପଣ ଜାଣିଛନ୍ତିି କି ଭାରତରେ କିଛି ସେଲିବ୍ରିଟି ଏବଂ ବ୍ୟବସାୟୀଙ୍‌କ ନିକଟରେ ରହିଛି ନିଜସ୍ୱ ବିମାନ । ବଲିଉଡ ଷ୍ଟାର ଅକ୍ଷୟ କମୁାର, ଅଜୟ ଦେବଗାନ, ପ୍ରିୟଙ୍କା ଚୋପ୍ରା, ଓ ବିଗ ବି ଅମିତାଭ ବଚନଙ୍କ ଭଳି କିଛି ସେଲିବ୍ରିଟିଙ୍କର ନିଜସ୍ୱ ଜେଡ ବିମାନ ରହିଛି । ସେହିପରି ମୁକେଶ ଅମ୍ବାନୀ , ଅତୁଲ ପୋଂଚ, ଅନୀଲ ଅମ୍ବାନୀ , ଗୌତମ ସିଙ୍ଘାନିଆ, ରତନ ଟାଟାଙ୍କ ଭଳି ବିଶିଷ୍ଟ ବ୍ୟବସାୟୀଙ୍କର ନିଜସ୍ୱ ଜେଡ ବିମାନ ରହିଛି ।