Odia News Portal

ପୂର୍ବତନ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ୍‌

ପାକିସ୍ତାନ ()  ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ-ଏନ ନେତା ସହିଦ ଖକ୍କାନ ଆବ୍ବାସି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ତାଙ୍କ ରିପୋର୍ଟ ପଜିଟିଭ୍ ଥିବା ଜଣାପଡ଼ିଛି। ତାଙ୍କ ପରିବାର ସୂତ୍ର ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ରବିବାର ସଂକ୍ରମିତ ହୋଇଥିଲେ ଏବଂ ସୋମବାର ତାଙ୍କ ରିପୋର୍ଟ ଆସିଥିଲା।

ସୂଚନାନୁସାରେ, ବର୍ତ୍ତମାନ ସେ ହୋମ୍ ଆସୋଲେସନରେ ଅଛନ୍ତି। ଅବ୍ବାସି ଅଗଷ୍ଟ ୨୦୧୭ ରୁ ମେ ୨୦୧୮ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।