Odia News Portal

କୋଭିଡ୍ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: କରୋନା ମହାମରୀ ସମୟରେ ପୋଲିସ କର୍ମଚାରୀ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ସେମାନେ ନିଜ ଜୀବନକୁ ବାଜି ଲଗାଇ ଡ୍ୟୁଟି କରୁଛନ୍ତି । ତେବେ ଏହି କରୋନା ଯୋଦ୍ଧାଙ୍କ ଲାଗି ବଡ଼ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍ । କରୋନାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ ୫ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଷ୍ଟାଲିନ କହିଛନ୍ତି କି ଜୀବନକୁ ବାଜି ଲଗାଇ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ଲାଗି ଆମର କିଛି କର୍ତ୍ତବ୍ୟ ରହିଛି । ଏଣୁ ଏମାନଙ୍କୁ ସହାୟତା ଯୋଗଇବା ଆମର କର୍ତ୍ତବ୍ୟ । ପୂର୍ବରୁ ସାମ୍ବାଦିକଙ୍କ ଲାଗି ମଧ୍ୟ ଏକ ବଡ଼ ଘୋଷଣା କରିଥିଲେ ସେ । କରୋନାରେ ମୃତ୍ୟୁ ହେଲେ ସାମ୍ବାଦିକଙ୍କୁ ୧୦ ଲକ୍ଷ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା ।