ମୁମ୍ବାଇ: ମୌସୁମୀ ପ୍ରଭାବରେ ମୁ୍ମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ପ୍ରଭାବରେ ଭୁଷୁଡ଼ି ପଡିଛି କୋଠା । କୋଠା ଭୁଷୁଡି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୁ୍ମ୍ବାଇ ପଶ୍ଚିମ ମଲାଡ କଲେକ୍ଟର କମ୍ପାଉଣ୍ଡରେ ଘଟିଛି ଏଭଳି ଘଟଣା । ଏକ ଚାରି ମହଲା ବିଶିଷ୍ଟ କୋଠା ଭୁଷୁଡି ପଡିଥିବା ସୂଚନା ମିଳିଛି । ୧୧ଜଣ ମୃତକଙ୍କ ମଧ୍ୟରେ ୮ଜଣ ଶିଶୁ ରହିଛନ୍ତି । ଏହାସହ ଭୁଷୁଡି ପଡିଥିବା କୋଠା ନିକଟରେ ଥିବା ୨ ଟି ଭଙ୍ଗା କୋଠାକୁ ବି ରେସ୍କ୍ୟୁ ଟିମ୍ ଭାଙ୍ଗି ଦେଇଛନ୍ତି । ଏହି ଘଟଣା ଗତକାଲି ରାତି ୧୧ ଟାରେ ହୋଇଥିବା ଜଣାପଡିଛି ।