Odia News Portal

ଯୁବ ଇଞ୍ଜିନିୟର ସାଇବର ଠକେଇର ଶିକାର

ଭୁବନେଶ୍ୱର: ସିଲିଗୁଡିରୁ କଲଗାର୍ଲ ଯୋଗାଇଦେବାକୁ କହି ଚୂନ ଲଗାଇଲା ସାଇବର ଠକ । ଲୋଭରେ ପଡି ୯୪ ହଜାର ଟଙ୍କା ହରାଇଲେ ଭୁବନେଶ୍ୱରର ଯୁବକ । ଏସକର୍ଟ ସର୍ଭିସ ନାଁରେ ଗୁଗୁଲ ପେ ମାଧ୍ୟମରେ ହୋଇଥିବା ଏହି ବଡଧରଣର ଠକେଇ ନେଇ ସାଇବର ହେଲ୍ପ ଡେକ୍ସରେ ଅଭିଯୋଗ ହୋଇଛି । ସାଇବର ଠକେଇ ରୋକିବାକୁ ନୂଆକରି ଗଢ଼ାଯାଇଥିବା ହେଲ୍ପ ଡେକ୍ସରେ ଏହା ହେଉଛି ପ୍ରଥମ ଅଭିଯୋଗ । ଏସ୍କଟ ସର୍ଭିସରେ କଲଗାର୍ଲ ଦେବ କହି ଭୁବନେଶ୍ୱରର ଜଣେ ଯୁବକଙ୍କ ସହ ୨୦ ମିନିଟ କଥା ହୋଇଥିଲା ଦୁର୍ବୃତ୍ତ । ସୁନ୍ଦରୀ ଯୁବତୀମାନଙ୍କ ଫଟୋ ଦେଖାଇ ଟଙ୍କା ମଧ୍ୟ ଦାବି କରିଥିଲା । ତେବେ ଲୋଭରେ ପଡି ଗୁଗୁଲ ପେ ଜରିଆରେ ଯୁବକ ଜଣକ ଠକକୁ ପ୍ରାୟ ୯୪ ହଜାର ୭୩୧ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି । ସାଇବର ହେଲ୍ପ ଡେସ୍କ ସହ ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି ଠକାମୀର ଶୀକାର ଯୁବକଜଣକ । ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।