Odia News Portal

ଅଯୋଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମନ୍ଦିର, ପ୍ରତିଦିନ ସନ୍ଧ୍ୟାରେ ହେଉଛି ଆଳତୀ

ସମଗ୍ର ଦେଶରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲକ୍ଷାଧିକ ସମର୍ଥକ ଅଛନ୍ତି। ତାଙ୍କର ସମର୍ଥକମାନେ ବହୁବାର ଯୋଗୀଙ୍କ ପ୍ରତିଆନୁଗତ୍ୟ ପ୍ରକାଶ କରିଛନ୍ତି। କିନ୍ତୁ ଏଭଳି ଏଭଳି ଜଣେ ପ୍ରଶଂସକଙ୍କ ଅଛନ୍ତି ଯିଏ ଯୋଗୀଙ୍କ ମନ୍ଦିର ନିର୍ମାଣ କରି ତାଙ୍କୁ ପୂଜା କରୁଛନ୍ତି ।ଏହି ମନ୍ଦିରରେ ଯୋଗୀଙ୍କୁ ଠାକୁରଙ୍କ ପରି ପୂଜା କରାଯାଏ ଏବଂ ଭଜନ-ଆଳତୀ କରାଯାଏ। ହଁ, ଏହା ସତ ଅଟେ। ରାମନଗରୀ ଅଯୋଧ୍ୟାରେ ଏଭଳି ଘଟଣା ଘଟିଛି। ଅଯୋଧ୍ୟାରେ, ଯେଉଁଠାରେ ରାମ ମନ୍ଦିର ନିର୍ମାଣ ଯୋରଦାର ଭାବରେ ଚାଲିଛି। ସେଠାରେ ଜଣେ ଯୁବକ ମନ୍ଦିର ନିର୍ମାଣ କରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୂଜା କରିବା ଆରମ୍ଭ କରିଛନ୍ତି। ଏହି ମନ୍ଦିର ରାମ ଜନ୍ମଭୂମି ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ପ୍ରୟାଗରାଜ ରାଜପଥରେ କଲ୍ୟାଣ ଭଦର୍ସା ଗାଁରେ ଏହି ମନ୍ଦିର ତିଆରି କରାଯାଇଛି। ଯେଉଁ ଦିନ ରାମ ମନ୍ଦିର ଭୂମି ପୂଜନ କରାଯାଇଥିଲା,ସେହି ଦିନ ଅର୍ଥାତ ୫ ଅଗଷ୍ଟ ୨୦୨୦ ରେ ଏହି ଗାଁରେ ଯୋଗୀଙ୍କ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଥିଲା। ଏହି ମନ୍ଦିରରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭଗବାନ ଭଳି ପୂଜା କରାଯାଏ ଓ ଭଜନ-ଆଳତୀ କରାଯାଏ। ଯୋଗୀ ଆଦିତ୍ୟନାଥଙ୍କ ଏହି ମନ୍ଦିର ଅଯୋଧ୍ୟରୁ ୧୫ କିଲୋମିଟର ଦୂର ଆମ୍ବେଦକର ନଗର ରାଜମାର୍ଗରେ ରହିଛି। ପ୍ରଭାକର ମୌର‌୍ୟ୍ୟ ନାମକ ଜଣେ ବ୍ୟକ୍ତି ଏହି ମନ୍ଦିର ତିଆରି କରିଛନ୍ତି। ସେ ଏହି ମନ୍ଦିର ଯୋଗୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତିଆରି କରିଛନ୍ତି। ପ୍ରଭାକର ଜଣେ ଭଜନ ଗାୟକ ଓ ଯୋଗୀଙ୍କ ସମର୍ଥନରେ ବହୁ ଭଜନ ତଆରି କିଛି। ତେଣୁ ଲୋକମାନେ ତାଙ୍କୁ ଯୋଗୀଙ୍କ ପ୍ରଚାରକ ବୋଲି କହୁଛନ୍ତି।