ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ହାଲକା ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ, ସର୍ବାଧିକ ବର୍ଷା କୋରାପୁଟ ଜିଲ୍ଲାର ଲାମଟପୁର ଠାରେ ୭୨.୪ ମିଲିମିଟର ରେକର୍ଡ କରାଯାଇଛି। ମୌସୁମୀ ଜନିତ ନିମ୍ନ ଚାପ ରେଖା ଯାହ ରାଜସ୍ଥାନର ବିକାନାରୁ ବାହାରି ଶ୍ରୀପୁରୀ, ସିଦ୍ଧି, ପାଟନା ଏବଂ ବାଲୁରଘାଟ ମଧ୍ୟ ଦେଇ ପୂର୍ବରେ ଏହା ନାଗାଲ୍ୟାଣ୍ଡ ଦେଇ ଯାଇଛି।
ମୌସୁମୀ ଜିନିତ ନିମ୍ନ ଚାପରେଖାର ପୂର୍ବଭାଗ ଦେଖିବାକୁ ଗଲେ ଏହା ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ରହୁଥିବାରୁ ମୌସୁମୀ ପ୍ରଭାବ ଓଡ଼ିଶା ଉପରେ ଦୁର୍ବଳ ରହିଛି। ଏହି ପରିସ୍ଥିତି ଆଗମୀ ତିନିଦିନ ପର୍ୟ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି।