ଭୁବନେଶ୍ବର: ଆପଣ ବି ମୋମୋଜ୍ ଲଭର୍ କି? ଆପଣଙ୍କୁ ବି ଫାଷ୍ଟଫୁଡ୍ ରେ ମୋମୋଜ୍ ଖାଇବା ପସନ୍ଦ କି?ତେବେ ହୋଇ ଯାଆନ୍ତୁ ସାବଧାନ ।ଆଜିକା ସମୟରେ ମୋମୋଜ୍ ଏକ ଲୋକପ୍ରିୟ ଫାଷ୍ଟଫୁଡ ଭାବରେ ପ୍ରତି ଗଳି କନ୍ଦିରେ ମୋମୋଜ୍ ଠେଲା ବା ଦୋକାନରେ ଉପଲବ୍ଧ। କିନ୍ତୁ ଏହି ଲୋକପ୍ରିୟ ଫାଷ୍ଟଫୁଡ୍ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ଆପଣ ବୋଧହୁଏ ଜାଣିନାହାନ୍ତି। ଯେକୌଣସି ଜିନିଷ ଅଧିକ ହେଲେ ଖରାପ ହୋଇଥାଏ। ଠିକ୍ ସେହିଭଳି ଅଧିକ ମୋମୋଜ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଅଧିକ ମୋମୋଜ୍ ସେବନ ଦ୍ୱାରା କଣ କଣ ସମସ୍ୟା ହୋଇଥାଏ ଆସନ୍ତୁ ଜାଣିବା ସେ ବିଷୟରେ:-

ମୋମୋଜ୍ ରେ ବ୍ୟବହୃତ ମଇଦା:- ମୋମୋଜ୍ ମଇଦାରେ ତିଆରି ହୋଇଥାଏ। ମଇଦାରେ ଏଜୋଡିକାର୍ବୋନା ମାଇଡ୍, ବେଞ୍ଜୋଇଲ୍ ପେରାକ୍ସାଇଡ୍ ଭଳି ତତ୍ତ୍ୱ ରହିଛି। ମଇଦାକୁ ସଫ୍ଟ କରିବାକୁ ଏଥିରେ ଏଲୋକ୍ସନ ନାମକ ତତ୍ତ୍ୱ ମଧ୍ୟ ପକାଯାଇଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। ମଇଦାରେ ମିଶ୍ରଣ କରାଯାଉଥିବା ଏହି ତତ୍ତ୍ୱ ଶରୀର ପାଇଁ ଅତ୍ୟନ୍ତ ହାନିକାରକ। ଏହାଦ୍ୱାରା ପାନକ୍ରିୟାଜ ପ୍ରଭାବିତ ହୋଇଥାଏ। ତାଛଡା ଅତ୍ୟଧିକ ମଇଦାର ସେବନ କାରଣରୁ ଆପଣଙ୍କ ଶରୀରର ଓଜନ ମଧ୍ୟ ବୃଦ୍ଧି ପାଇଥାଏ ।
ମୋମୋଜ୍ ରେ ବ୍ୟବହାର କରାଯାଉ ଥିବା ଚିକେନ:- ମୋମୋଜ୍ ଉଭୟ ଭେଜ୍ ଓ ନନ୍ ଭେଜରେ ତିଆରି ହୋଇଥାଏ। ନନ୍ ଭେଜ ମୋମୋଜ୍ ପାଇଁ ଚିକେନ୍ ବ୍ୟବହାର କରାଯାଇଥାଏ। କିନ୍ତୁ ଏଥିରେ ବ୍ୟବହୃତ ହେଉଥିବା ଚିକେନରେ ଫ୍ୟାଟର ମାତ୍ରା ଅଧିକ ଥାଏ। ଯାହା ଦ୍ଵାରା ଆପଣ ହାଇ କୋଲେଷ୍ଟ୍ରୋଲ ଏବଂ ମେଦ ବହୁଳତାର ଶିକାର ମଧ୍ୟ ହୋଇପାରନ୍ତି ।

ମୋମୋଜର ରେଡ୍ ଚଟନୀ:- ମୋମୋଜରେ ଦିଆଯାଉଥିବା ରେଡ୍ ଚଟଣୀ ସ୍ୱାସ୍ଥ୍ୟ ପାଇଁ ଆହୁରି ହାନିକାରକ। ଏହି ରାଗ ଚଟଣୀ ଲୋକେ ବହୁତ ପସନ୍ଦ କରନ୍ତି। ଏହି ଚଟଣୀରେ ଅତ୍ୟଧିକ ଲଙ୍କା ପଡିଥାଏ। ମାତ୍ରାଧିକ ଲଙ୍କା ସ୍ୱାସ୍ଥ୍ୟ ପାଇଁ ଖରାପ। ଅତ୍ୟଧିକ ରାଗ ସେବନ ଦ୍ୱାରା ଆପଣ କୋଷ୍ଠକାଠିନ୍ୟର ମଧ୍ୟ ଶିକାର ହୋଇପାରନ୍ତି।ତେବେ କିନ୍ତୁ କେବେ କେବେ ଆପଣ ଆପଣଙ୍କ ମନ ପସନ୍ଦର ଫାଷ୍ଟଫୁଡ ଖାଇପାରିବେ କିନ୍ତୁ ନିୟମିତ ଖାଇବା ଦ୍ବାରା ଆପଣଙ୍କ ଶରୀର ରୋଗଗ୍ରସ୍ତ ହୋଇପାରେ ।