ସରକାର ଟିକା ନେବାକୁ ଥିବା ଲୋକଙ୍କ ପାଇଁ ବଡ଼ ସୁବିଧାର ଘୋଷଣା କରିଛନ୍ତି। ଏଣିକି ଆପଣମାନେ ଟିକା ପାଇଁ ହ୍ବାଟସ ଆପରେ ସ୍ଲଟ ବୁକ କରି ପାରିବେ। ଏଥିସହିତ ନିକଟସ୍ଥ ଟିକା କେନ୍ଦ୍ର ସମ୍ପର୍କରେ ବି ସୂଚନା ପାଇପାରିବେ।
ହ୍ବାଟସ ଆପର ନୂଆ ଫିଚର ‘MyGov Corona Helpdesk’ ସହିତ କାମ କରିବ। କିଛିଦିନ ପୂର୍ବରୁ ହ୍ବାଟସ ଆପ ଟିକା ସାର୍ଟିଫିକେଟ ଡାଉନଲୋଡ କରିବାର ସୁବିଧା ମିଳିଥିଲା। ଏଯାବତ ପାଖାପାଖି ୩୨ଲକ୍ଷ ସାର୍ଟିଫିକେଟ ଡାଉନଲୋଡ କରାଯାଇଛି।