ଭୁବନେଶ୍ୱର: ଡାଉନ୍ ହେଲା ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ।ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ସୋସିଆଲ୍ ମେସେଜିଂ ଆପ୍ ହ୍ୱାଟ୍ସଆପ୍, ଫେସବୁକ୍ ଓ ଇନଷ୍ଟାଗ୍ରାମ ବହୁତ ସ୍ଲୋ ହୋଇଯାଇଥିବା ଦେଖିବାକୁ ମିଳିଛି ।

ଏହାସହ ୟୁଜର୍ସମାନେ ପଠାଉଥିବା ମେସେଜ୍ କିମ୍ବା ଭିଡିଓ ହ୍ୱାଟ୍ସଆପରେ ସେୟାର୍ ହୋଇ ପାରି ନଥିଲା । ଫେସବୁକ୍ ଓ ଇନଷ୍ଟାଗ୍ରାମରେ କୌଣସି ପୋଷ୍ଟ କରିବା ମଧ୍ୟ ସମ୍ଭବ ହୋଇପାରି ନଥିଲା । ଯାହା ପରେ ୟୁଜର୍ସମାନେ ଟୁଇଟରରେ ଏହାକୁ ନେଇ ପ୍ରତିକ୍ରିୟା ରଖିବା ସହିତ ଅନେକ ମିମ୍ସ ସେୟାର୍ କରିଥିବା ଦେଖିବାକୁ ମିଳିଛି ।

ତେବେ ରାତି ୧୨ଟା ପରେ ସବୁ ଅସୁବିଧା ଠିକ୍ ହୋଇଯାଇଥିଲା ।ଏବଂ ହ୍ୱାଟ୍ସଆପ୍, ଫେସବୁକ୍ ଓ ଇନଷ୍ଟାଗ୍ରାମ ସ୍ଵାଭାବିକ ଭାବେ କାମ କରିବା ଆରମ୍ଭ କରିଥିଲା ।