ରାଜ୍ୟରେ ଏବେ ସକ୍ରିୟ ରହିଛି ମୌମୁମୀ । ଗୋଟିଏ ପରେ ଗୋଟିଏ ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ହେଉଛି । ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି। ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୁର୍ଣ୍ଣିବଳୟ । ଫଳରେ ୨୫ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢିପାରେ । ୨୨ରୁ ୨୪ ତାରିଖ ଯାଏଁ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।
୨୩ ରୁ ୨୪ ମଧ୍ୟରେ କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଭାରି ବର୍ଷାର ସମ୍ଭାବନା ରହିଛି । ୨୩ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡକୁ ୟେଲୋ ଆଲର୍ଟ ଜାରିକରାଯାଇଛି । ଏହି ଜିଲ୍ଲା ଗୁଡିକରେ, ୭ ରୁ ୧୧ ସେମି ଭିତରେ ବର୍ଷା ହୋଇପାରେ। ଚଳିତ ମୌମୁମୀରେ ୧ ଜୁନରୁ ୨୦ ତାରିଖ ଯାଏଁ ୭୩୬.୩ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ବାଭାବିକ ବର୍ଷା ୮୦୧.୫ ମିମି ତୁଳନାରେ ୮ ପ୍ରତିଶତ କମ୍ ରହିଛି ।