ମାର୍ଚ୍ଚରୁ ଅସମ୍ଭାଳ ହେବ ତାତି। ଆସନ୍ତା ୨୮ ତାରିଖରୁ ସାରା ରାଜ୍ୟରେ ବଢ଼ିବ ତାତି। ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାର କରିବ। ୩ ତାରିଖରେ ରାଜଧାନୀ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ। ଆଗକୁ ପ୍ରଚଣ୍ଡ ତାତି ଆଶଙ୍କାକୁ ନେଇ ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ।
ଶନିବାର ସଂଧ୍ୟା ଯାଏ ପଶ୍ଚିମ ଦିଗରୁ ରାଜ୍ୟକୁ ଉତ୍ତର ପଶ୍ଚିମ ଓ ପଶ୍ଚିମା ପବନ ବୋହୁଥିଲା। ରବିବାରଠାରୁ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଗୁରୁଚାପ ସୃଷ୍ଟି ସହ ରାଜ୍ୟକୁ ଦକ୍ଷିଣପଟୁ ସାମୁଦ୍ରିକ ପବନ ଆସିବ। ଏହାର ପ୍ରଭାବରେ ୨୮ରୁ ତାପମାତ୍ରା ଆହୁରି ବଢିଯିବ। ୩ ତାରିଖ ସୁଦ୍ଧା ଝାରସୁଗୁଡାରୁ କଳାହାଣ୍ଡି ଯାଏ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ପାର କରିବ। କିଛି ସ୍ଥାନରେ ତାପମାତ୍ରା ତାଠୁ ଅଧିକ ବି ରହିପାରେ। ଅଧିକ ଆର୍ଦ୍ରତା ଯୋଗୁ ଗୁଳୁଗୁଳି ବି ଅନୁଭୂତ ହୋଇପାରେ। ରାଜ୍ୟରେ ରାତି ତାପମାତ୍ରା ମଧ୍ୟ ବଢିବ । ସ୍ବଭାବିକ ଠାରୁ ୪ରୁ୫ ଡିଗ୍ରୀ ଅଧିକ ରହିବ ତାପମାତ୍ରା ।