ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ଘଟିବ। ଏହା ପରେ ତାପମାତ୍ରା ୩ରୁ ୫ଡିଗ୍ରୀ କମିବ ବୋଲି ପୂର୍ବାନୁମାନ ହୋଇଛି। ଫଳରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଫଳରେ ରାଜ୍ୟକୁ ଶୀତ ଫେରିବ। କିଛି ଜିଲ୍ଲାରେ କୁହୁଡିର ପରିମାଣ କମିବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି ।
ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଜିଲ୍ଲା ମାନଙ୍କରେ କୁହୁଡି ଦେଖାଯାଇଛି। ଆଗାମୀ ୨୪ ଘଣ୍ଟାରେ ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ହାଲୁକା ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହା ସହ ଘନ କୁହୁଡ଼ି ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।