ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଚଳିତ ମାସ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୭୬ ପ୍ରତିଶତ କମ୍ ବର୍ଷା ଅନୁଭୁତ ହୋଇଛି । ଏହି ସମୟରେ ମାତ୍ର ୨୫ ମିମି ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ହେବା ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଥିବାରୁ ଚେତାବନି ଜାରି କରାଯାଇଛି ।
ତେବେ ଆଗାମୀ ୨୪ ଘଣ୍ଟାରେ ଅନୁଗୁଳ, ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧାମାଳ ,ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର,କେନ୍ଦ୍ରାପଡା,ଜଗତସିଂହପୁର,ଭଦ୍ରକ,ବାଲେଶ୍ୱର,କେନ୍ଦୁଝର ଏବଂ ମୟୁରଭଞ୍ଜରେ ବିଜୂଳି ଘଡଘଡି ହେବାର ସମ୍ଭାବନା ରହିଛି । ମୋଟାମୋଟି ଭାବରେ ଆଗାମି ଦୁଇରୁ ତିନି ଦିନ ରାଜ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ସହିତ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି । ସେହିଭଳି ୧୧ ଓ ୧୨ ତାରିଖ ବେଳକୁ ବର୍ଷା ସହିତ ବିଜୁଳି ଘଡଘଡି ବଢିବାର ସମ୍ଭାବନା ରହିଛି । ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିବାରୁ ଗତ ୨୪ ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଅନୁଭୁତ ହୋଇଛି । ଏହି ସମୟରେ ଗଞ୍ଜାମର ଜଗନ୍ନାଥପ୍ରଶାଦଠାରେ ୭୬ ମିମି ସହିତ ପ୍ରବଳ ବର୍ଷା ଅନୁଭୁତ ହୋଇଛି ।