କଟକ: ସକାଳୁ ସକାଳୁ କଟକ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ । ସେଠାରେ ପହଞ୍ଚିବା ପରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ତାଳଦଣ୍ଡା କେନାଲ ପରିଦର୍ଶନ କରିବା ସହ ଏହାର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ ଖାନନଗରରେ ହେବାକୁ ଥିବା ସୁବାଷ ବୋଷ ବସ ଟର୍ମିନାଲକୁ ପରିଦର୍ଶନ କରିବା ସହ ଏହାର ସମୀକ୍ଷା କରି ମାଲଗୋଦାମ ଅଞ୍ଚଳର ଭିତ୍ତିଭୂମି ବିକାଶ କାର୍ଯ୍ୟ ତଦାରଖ କରିଥିଲେ । ପରିଶେଷରେ ଏସସିବି ମେଡିକାଲରେ ଚାଲିଥିବା ସଂପ୍ରସାରଣ କାର୍ଯ୍ୟର ତଦାରଖ କରିଛନ୍ତି ।

ପାଣ୍ଡିଆନଙ୍କ ସହ ଏହି ଗସ୍ତରେ ପୂର୍ତ୍ତ ସଚିବ କ୍ରିଷନ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଉଗଉ କମିଶନର ଅନନ୍ୟା ଦାସ ମଧ୍ୟ ଉପସ୍ଥିତ ରହିଥିଲେ। ବ୍ରିଟିଶ ଯୁଗର ଏହି ତାଳଦଣ୍ଡା କେନାଲର ପୁନରୁଦ୍ଧାର କାର୍ୟ୍ୟ ଜାରି ରହିଥିବାବେଳେ ଏଥିରେ ଜିଓ ସିନ୍ଥେଟିକ ମ୍ୟାଟ୍ରେସ ଜରିଆରେ ଉନ୍ନତିକରଣ କରାଯାଉଛି । ସେହପରି ଖାନନଗରସ୍ଥିତ ନୂଆ ବସଷ୍ଟାଣ୍ଡର କାର୍ୟ୍ୟ ମଧ୍ୟ ବିଶ୍ୱ ସ୍ତରୀୟ ଢାଞ୍ଚାରେ ଚାଲିଛି । ୧୨ ଏକର ଜମି ଉପରେ ନିର୍ମାଣାଧୀନ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ଲାଗି ପାଖା ପାଖି ୫ କୋଟି ଟଙ୍କା ଖର୍ଚ୍ଚ ହେବ ।
