ବାଲେଶ୍ଵର: ସାପ-ନେଉଳର ଘମାଘୋଟ ଲଢେଇ |ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ଦେଖିବାକୁ ମିଳିଛି ସାପ-ନେଉଳ ଫାଇଟ । ଏକ ବିରାଟକାୟ ଅହିରାଜ ସାପ ସହ ନେଉଳର ଘମାଘୋଟ ଲଢେଇ ଚାଲିଥିବା ଦେଖିବାକୁ ମିଳିଥିଲା ।

ଅହିରାଜକୁ ଦେଖିଲେ ଯେ କେହି ବି ପଛଘୁଞ୍ଚା ଦେବ । ହେଲେ ଏକ ଛୋଟ ନେଉଳ ଆଜି ଅହିରାଜ ସହ ଲଢେଇ କରି ତାକୁ ଘାଇଲା କରି ପକାଇଛି । ଲଢେ଼ଇରେ ସାପଟି ଗୁରୁତର ହୋଇପଡିଥିଲା । ତେବେ ଭିଡ଼ିଓରେ ସାପଟି ଜୀବନ ବିକଳରେ ଗଛ ଉପରକୁ ଚଢ଼ି ଯାଉଥିଲେ ମଧ୍ୟ ନେଉଳଟି ତାକୁ ଛାଡ଼ିବାକୁ ନାରାଜ |ସାପଟି ଗଛକୁ ଚଢ଼ୁଥିବା ଅବସ୍ଥାରେ ନେଉଳଟି ଅହିରାଜର ଲାଙ୍ଗୁଡକୁ କାମୁଡି ତଳକୁ ପକାଇ ଦେଉଥିଲା ।

ତେବେ ସେହି ଅଞ୍ଚଳର ଟୁରିଷ୍ଟ ଗାଇଡ଼ ମନୋରଂଜନ ଦାସ ଖବର ପାଇ ଅହିରାଜ ସାପଟିକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି କୂଳଡିହା ବନବିଭାଗକୁ ହସ୍ତାନ୍ତର କରିଥିଲେ । ସାପଟିକୁ ନୀଳଗିରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିବା ବେଳେ ସାପଟି ସୁସ୍ଥ ହେଲେ କୂଳଡିହା ଅଭୟାରଣ୍ୟରେ ଛଡାଯିବ ବୋଲି ସୂଚନା ମିଳିଛି ।