Odia News Portal

ଜଣେ ପ୍ରେମିକଙ୍କୁ ଦୁଇ ପ୍ରେମିକା, ରାସ୍ତା ମଝିରେ ଟଣାଓଟରା

ଲକ୍ଷ୍ନୌ: ଜଣେ ଯୁବକ ପାଇଁ ଦୁଇ ଯୁବତୀ ପିଟାପିଟି। ଉଭୟେ କହୁଛନ୍ତି ଯୁବକ ଜଣକ ତାଙ୍କ ପ୍ରେମିକ। ଜଣେ ପ୍ରେମିକଙ୍କ ପାଇଁ ବିଚ୍‌ ରାସ୍ତାରେ ଦୁଇ ପ୍ରେମିକା ମାରପିଟ୍‌ ଲାଗୁଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏହି ମାରପିଟ୍‌ ହୋଇଥିବା ଜଣାଯାଇଛି। ଲକ୍ଷ୍ନୌର ବାରାବୀରବା ଛକ ନିକଟରେ ଏକ ହୋଟେଲ ସାମ୍ନାରେ ସୋମବାର ବିଳମ୍ବିତ ରାତିରେ ଦୁଇ ଜଣ ଯୁବତୀ ପରସ୍ପରକୁ ବିଧା, ଲାତ, ଗୋଇଠା ମାରୁଥିବା ଦେଖିବାକୁ ମିଳିଛି।

ରିପୋର୍ଟ ମୁତାବକ, ଜଣେ ପ୍ରେମିକକୁ ନେଇ ପୂର୍ବ ଓ ବର୍ତ୍ତମାନର ପ୍ରେମିକାଙ୍କ ମଧ୍ୟରେ ହାଇ ଭୋଲ୍ଟେଜ୍‌ର ମାଡ଼ଗୋଳ ସୋମବାର ରାତିରେ ଲାଗିଥିଲା। ବିଳମ୍ବିତ ରାତିରେ ହୋଟେଲ ସାମ୍ନାକୁ ଜଣେ ଯୁବତୀ କାରରେ ଆସିଥିଲେ। ଯୁବତୀଙ୍କୁ ଦେଖି ତାଙ୍କ ପାଖକୁ ରବିନ୍‌ ନାମକ ଜଣେ ଯୁବକ ଆସିଥିଲେ। ରବିନ୍‌ଙ୍କ ସହ ଦୁଇ ଯୁବତୀ ଥିଲେ। କୁହାଯାଉଛି ଯେ କାରରେ ଆସିଥିବା ଯୁବତୀ ହେଉଛନ୍ତି ରବିନ୍‌ଙ୍କ ପୂର୍ବତନ ପ୍ରେମିକା।

ଭିଡିଓ ମୁତାବକ, କାରରୁ ଓହ୍ଲାଇବା ପରେ ବର୍ତ୍ତମାନର ପ୍ରେମିକା ପୂର୍ବ ପ୍ରେମିକା ସହ ମାରପିଟ୍‌ କରିବା ଆରମ୍ଭ କରି ଦେଇଥିଲେ। କେବଳ ସେତିକି ନୁହେଁ, ସେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ। ଏହା ପରେ ବର୍ତ୍ତମାନର ପ୍ରେମିକା ଓ ତାଙ୍କ ସହ ଥିବା ଯୁବତୀ ପୂର୍ବ ପ୍ରେମିକାକୁ ପ୍ରବଳ ପିଟିଥିଲେ। ଫଳରେ ପୂର୍ବ ପ୍ରେମିକା ରାସ୍ତାରେ ପଡ଼ିଯାଇଥିଲେ। ପରେ ପୂର୍ବ ପ୍ରେମିକାଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରିଛି।

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଦିନେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପ୍ରେମିକ ପୂର୍ବରୁ ହିଁ ବିବାହିତ ଓ ତାଙ୍କର ୨ଟି ପିଲା ଅଛନ୍ତି। ପ୍ରେମିକର ସତ ଜାଣିବା ପରେ ସେ ତାଙ୍କ ଠାରୁ ଦୂରେଇ ଯାଇଥିଲେ। ଏହି ସମୟରେ ରବିନ୍‌ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବେ ବୋଲି କହି ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। କିନ୍ତୁ ସେ ଏହାକୁ ବିରୋଧ କରିବାରୁ ପ୍ରେମିକ ଜଣକ ତାଙ୍କ ପ୍ରାଇଭେର୍ଟ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲେ।

ଅନ୍ୟପଟେ ପୋଲିସ କହିଛି ଯେ ଏବେ ସେ ମାମଲାର ତଦନ୍ତ କରୁଛନ୍ତି। ତେବେ ସୋମବାର ଦିନ ଉକ୍ତ ଯୁବତୀ ଜଣକ ରବିନ୍‌ଙ୍କ ସହ ରାସ୍ତାରେ ଦେଖା ହୋଇଥିଲେ। ସେତେବେଳେ ରବିନ୍‌ଙ୍କ ସହ ଅନ୍ୟ ୨ ଜଣ ଯୁବତୀ ମଧ୍ୟ ଥିଲେ। ସେମାନେ ପୂର୍ବ ପ୍ରେମିକାଙ୍କୁ ପାଟିତୁଣ୍ଡ କରିବା ସହ ହଠାତ୍‌ ମାଡ଼ ମାରିଥିଲେ। ତେବେ ଏହି ମାମଲାରେ ପୋଲିସ ରବିନ୍‌ଙ୍କୁ ଗିରଫ କରିଥିବା ଜଣାଯାଇଛି।