ଢେଙ୍କାନାଳ : ନିଶାଶକ୍ତ ଅବସ୍ଥାରେ ଡାକ୍ତର ବାବୁ । ଡାକ୍ତରଖାନା ଭିତରେ ମାତାଲ ହୋଇପଡ଼ିଛନ୍ତି ଡାକ୍ତର ବାବୁ । ବାହାରେ ଅପେକ୍ଷା କରିଛନ୍ତି ରୋଗୀ । ଆଉ କାମ ଚଳାଉଛନ୍ତି ଆୟୁଷ ଡାକ୍ତର । ଖାଲି ସେତିକି ନୁହେଁ ଘଣ୍ଟ ଘୋଡାଇବାକୁ ସିକ୍ୟୁରିଟି ଗାର୍ଡ଼ ବି ରେଡି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଗଁଦିଆ ବ୍ଲକ୍ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।
ମଦ ପିଇ ଚୁର୍ ହୋଇପଡ଼ିଛନ୍ତି ଡାକ୍ତର ଜଣକ । ବାହାରେ ଚିକିତ୍ସା ପାଇଁ ରୋଗେୀଙ୍କ ଭିଡ଼ ଲାଗିବା ସହ ହୋହାଲା । ରୋଗୀ ଅସୁବିଧା ଭୋଗୁଥିବା ବେଳେ ପାଟିତୁଣ୍ଡ ହୋଇଥିଲା । ଶେଷରେ ଚିରାଚରିତ ଢଙ୍ଗରେ ରୋଗୀଙ୍କୁ ଉତ୍ତର ମିଳିଲା ବାବୁ ରେଷ୍ଟ କରୁଛନ୍ତି । ତା ସହିତ ଡାକ୍ତରଙ୍କ ରୁମରେ ମଧ୍ୟ ତାଲା ପକାଇଦିଆଯାଇଥିଲା । ରୋଗୀଙ୍କ ଚିକିତ୍ସା ପାଇଁ ଗାଁ ଗହଳି ପର୍ୟ୍ୟନ୍ତ ସବୁଠି ସମସ୍ତ ବ୍ୟବସ୍ଥା କରାଯାଉଥିଲେ ବି ଏହିଭଳି ଏକ ଦୟନୀୟ ଚିତ୍ର ଦେଖିଲେ ତାହା କିଭଳି କାର୍ୟ୍ରକାରୀ ହେଉଛି ସ୍ପଷ୍ଟ ଅନୁମାନେ କରିହୁଏ ।