Odia News Portal

ବ୍ରହ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିଲିନ କ୍ରୀଷ୍ଣା

ଗଞ୍ଜାମ: ଶନିବାର ବ୍ରହ୍ମପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିଲିନ କ୍ରୀଷ୍ଣା । ବିଭିନ୍ନ କ୍ରୀଡା ଭିତ୍ତିକ ପ୍ରକଳ୍ପର ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି । ଛତ୍ରପୁରରେ ପ୍ରସ୍ତାବିତ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ତେବେ ପ୍ରଥମେ ସେ ବ୍ରହ୍ମପୁର ଷ୍ଟାଡିୟମରେ ପହଞ୍ଚି ଉନ୍ନତି କରଣ କାର୍ଯ୍ୟ ତଦାରଖ କରିଥିଲେ । ନିର୍ମାଣାଧୀନ କ୍ରୀଡ଼ା ଛାତ୍ରାବାସ, ପଡ଼ିଆ, ସୁଇମିଂପୁଲ ଏବଂ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରାୟ ୩୭ କୋଟି ଟଙ୍କା ବ୍ୟୟରେ ବ୍ରହ୍ମପୁର ଷ୍ଟାଡିୟମର ଉନ୍ନତିକରଣ ଚାଲିଛି । ବ୍ରହ୍ମପୁର ସହରର କ୍ରୀଡାର ବିକାଶ ଦିଗରେ ରାଜ୍ୟ ସରକାର ସ୍ଵତନ୍ତ୍ର ଧ୍ୟାନ ଦେଇଛନ୍ତି । ବ୍ରହ୍ମପୁର ଷ୍ଟାଡିୟମ ସହ ବୈକୁଣ୍ଠ ନଗର ସ୍ପୋର୍ଟସ୍ ଏରିନା ମଧ୍ୟା ଗସ୍ଥ କରି ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି ଆର୍.ଭିନିଲ କ୍ରୀଷ୍ଣା। ବୈକୁଣ୍ଠନଗର ଠାରେ ନିର୍ମାଣାଧୀନ ସ୍ପୋର୍ଟ୍ସ ଏରିନା ବ୍ରହ୍ମପୁର ମହାନଗର ନିଗମ ତରଫରୁ ୧କୋଟି ୮୦ ଲକ୍ଷ ଟଙ୍କାରେ ନିର୍ମାଣ ଚାଲିଛି । ଜୁଲାଇ ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସ୍ଵତନ୍ତ୍ର କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ନିର୍ଦ୍ଦେଶ ଦେଇଛନ୍ତି । ପରିଦର୍ଶନ ସମୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଷ୍ଟାଡିୟମ ଇନଚାର୍ଜ କାଜଲ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।