Odia News Portal

ଅଶ୍ଲୀଳ ଭିଡିଓ ଦେଖିଥିଲେ ଛାତ୍ର, ମାମଲା ରୁଜୁ ହେବ କହି ୨୦ ହଜାର ଟଙ୍କା ଲୁଟିନେଲେ ସାଇବର ଠକ

ଚେନ୍ନାଇ: କରୋନା ଲାଗି ଛାତ୍ରଛାତ୍ର ମାନେ ଅନଲାଇନରେ ପାଠ ପଢ଼ୁଛନ୍ତି । ତେବେ ଅନେକ ଛାତ୍ରଛାତ୍ରୀ ମୋବାଇଲ ପାଇବା ପରେ ଅନେକ ଅଶ୍ଲୀଳ ସାଇଟ ଖୋଲୁଥିବା ଦେଖିବାକୁ ମିଳୁଛି । ତେବେ ସେମିତି ଜଣେ ଛାତ୍ର ଅଶ୍ଳୀଳ ଭିଡିଓ ଦେଖୁଥିବା ଜାଣିବା ପରେ ଦୁଇଜଣ ସାଇବର ଠକ ତାଙ୍କୁ ପୋଲିସ କହି ଭୟଭୀତ କରାଇଥିଲେ । ମାମଲା ରୁଜୁ ହେବ କହି ଟଙ୍କା ମାଗିଥିଲେ । ବାପାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ସେମାନଙ୍କୁ ଦେଇଥିଲେ ଛାତ୍ର । ଆଉ ପରେ ପରିବାର ଲୋକେ ଏହି କଥା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ତାମିଲନାଡୁରେ ଘଟିଛି ଏଭଳି ଘଟଣା । ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।