Odia News Portal

ସମ୍ମୁଖ ଯୋଦ୍ଧାଙ୍କୁ ଅଫିସରେ ଟିକାକରଣ

ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ତେବେ ଟିକାକରଣକୁ ସହଜ ଏବଂ ସୁବିଧାରେ ସମ୍ମୁଖ ଯୋଦ୍ଧାଙ୍କୁ ଦେବା ପାଇଁ ଏଥର ଅଫିସରେ ଦିଆଯିବ କରୋନା ଟିକା । ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପାଇଁ ଏପରି ସୁବ୍ୟବସ୍ଥା କରାଯାଇଛି । ସମ୍ମୁଖ ଯୋଦ୍ଧାଙ୍କ ଅଫିସରେ ଏଥିପାଇଁ ହେବ କରାଯିବ ଟିକାକରଣ ରୁମ୍ । ପ୍ରଥମ ଦଫାରେ ଗୃହ ଓ ନଗରଉନ୍ନୟନ , ରାଜସ୍ୱ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା ।

ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୯୨ ହଜାର କର୍ମଚାରୀଙ୍କ ଡାଟା ବେସ୍ ପ୍ରସ୍ତୁତ ହୋଇଛି । ଏହି ଟିକାକରଣ ୬ ତାରିଖରୁ ଆରମ୍ଭ ହୋଇ ୩ ସପ୍ତାହ ଭିତରେ ଶେଷ କରିବାକୁ ଯୋଜନା ରଖାଯାଇଛି । ଓଡିଶାକୁ ଏଥିପାଇଁ ଆଜି ୬୩ ହଜାର ୯୦ ଡୋଜ୍ କୋଭିସିଲଡ ଏବଂ ୮୩ ହଜାର ୫୦୦ କୋଭାକ୍ସିନ୍ ଟିକା ଆସିଛି । ତେବେ ପ୍ରଥମ ଦଫା ଟିକାକରଣ ୧୦ ତାରିଖ ଭିତରେ ଶେଷ ହେବ ।ଏବଂ ଫେବ୍ରୁଆରୀ ୧୫ ତାରିଖରୁ ପ୍ରଥମ ଫେଜର ଦ୍ୱିତୀୟ ଡୋଜ୍ ଦିଆଯିବ । ତବେ ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି ।