Odia News Portal

ଉତ୍କଳ ୟୁନିଭରସିଟିରେ ୨୦୦ କୋଟି ଟଙ୍କାର ଦୁର୍ନୀତି

ଉତ୍କଳ ୟୁନିଭରସିଟି ବିକାଶ ନାମରେ ଶହଶହ କୋଟି ଟଙ୍କା ଦୁର୍ନୀତି ହୋଇଛି ଏପରି ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ। ଶ୍ରୀ ଦାସ କହିଛନ୍ତି; ଉତ୍କଳ ୟୁନିଭରସିଟିରେ ବିଭିନ୍ନ ପ୍ରକଳ୍ପ ପାଇଁ ଶହଶହ କୋଟି ଟଙ୍କା ଅନୁମୋଦନ ହୋଇ ଖର୍ଚ୍ଚ ହୋଇଛି ଏଥିରେ ଅନେକ ଟଙ୍କା ଲୁଟ୍/ ଦୁର୍ନୀତି ହୋଇଛି। ଶହଶହ କୋଟି ଟଙ୍କାର ହିସାବ ଦେଇପାରୁନି ଉତ୍କଳ ୟୁନିଭରସିଟି। ଅଡିଟ୍ ରିପୋର୍ଟରେ ଧରାପଡିଲା ୨୦୦ କୋଟି ଟଙ୍କାର ଦୁର୍ନୀତି/ ଅନିୟମିତତା। ୨୦୦ କୋଟି ଟଙ୍କା ଉତ୍କଳ ୟୁନିଭରସିଟି ଫେରସ୍ତ କରିବ।

କିନ୍ତୁ ବାସ୍ତବରେ ୨୦୦ କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ଲୁଟ୍ ହୋଇଛି। ଯଦି ଭଲ ଭାବରେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବ ତେବେ ଏହାର ପରିମାଣ ଅଧିକ ହେବ।

ସେହିପରି ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଆଚାର୍ଯ୍ୟ/ ହଟଚମଟ ସୃଷ୍ଟି କରିଛି; ଉତ୍କଳ ୟୁନିଭରସିଟିରେ, ପାର୍କ ପାଇଁ ଖର୍ଚ୍ଚ ହୋଇଛି : ୧ କୋଟି ୩୯ ଲକ୍ଷ ୨୨ ହଜାର ୧୧୨ ଟଙ୍କା

ସେହିପରି ଜଗଂଲ ସଫେଇ ଓ ପାଣି ଟାଙ୍କି ମରାମତି ବାବଦରେ ଖର୍ଚ୍ଚ ହୋଇଛି; ୨୬ ଲକ୍ଷ ୪୪ ହଜାର ୬୭୦ ଟଙ୍କା ଏବଂ

ପାଚେରୀ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି; ୮ କୋଟି ୮୧ ଲକ୍ଷ ୯୮୦୦୦ ହଜାର ଟଙ୍କା

ଟେକ୍ନିକାଲ ପାର୍କ ପାଇଁ ଖର୍ଚ୍ଚ ହୋଇଛି ୫ କୋଟି, ୭୫ ଲକ୍ଷ ଟଙ୍କା

ମରାମତି ଓ ଫନିଚର କିଣାରେ ଖର୍ଚ୍ଚ ହୋଇଛି ୩ କୋଟି, ୬୨ ଲକ୍ଷ, ୬୧ ହଜାର, ୯୩୯ ଟଙ୍କା

ଅଡିଟୋରିଅମ ମରାମତି ଓ ବୈଠକ ଷ୍ଟେଜ ପାଇଁ ଖର୍ଚ୍ଚ ହୋଇଛି; ୫ କୋଟି ୫୮ ଲକ୍ଷ ୨୦୦୦ ହଜାର ଟଙ୍କା

ମଣ୍ଡପ ମରାମତି ଓ ନୂତନ ପାଇଁ ଖର୍ଚ୍ଚ ହୋଇଛି ୭ ଲକ୍ଷ, ୧୯ ହଜାର

ମହିଳା ହଷ୍ଟେଲ ମରାମତି ଓ ନୂତନ ପାଇଁ ଖର୍ଚ୍ଚ ହୋଇଛି ୧ କୋଟି, ୯୭ ଲକ୍ଷ, ୪୬୦୦୦ ହଜାର ଟଙ୍କା

ଲାଇବ୍ରେରୀ ମରାମତି ଓ ନୂତନ ପାଇଁ ଖର୍ଚ୍ଚ ହୋଇଛି; ୫୨ ଲକ୍ଷ, ୭୨ ହଜାର, ୪୪୮ ଟଙ୍କା

ସୂଚନା ଅଧିକାର ଆଇନରେ ଉତ୍କଳ ୟୁନିଭରସିଟି ପକ୍ଷରୁ ସୂଚନା ଅଧିକାର କର୍ମୀ ପ୍ରକାଶ ଦାସଙ୍କୁ ଏହି ତଥ୍ୟ ପ୍ରଦାନ କରାଯାଇଛି।