Odia News Portal

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ସବୁଠାରୁ ବଡ଼ ସମ୍ମାନ

ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ପ୍ରତିଷ୍ଠିତ ‘ଲିଜନ୍ ଅଫ୍ ମେରିଟ୍’ ଆଓ୍ୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଏହା ମୋଦିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ମୋଦିଙ୍କ ନେତୃତ୍ୱରେ ଭାରତ ଓ ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ଆଗକୁ ବଢ଼ିଛି। ସେହିପରି ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱ ଶକ୍ତି ଭାବରେ ଉଭା ହୋଇଥିବାରୁ ଟ୍ରମ୍ପ ବନ୍ଧୁ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।

ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତାରନଜିତ ସିଂହ ସାନ୍ଧୁ ମୋଦୀଙ୍କ ତରଫରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ।ଲିଜନ୍ ଅଫ୍ ମେରିଟ୍ ଆମେରିକାର ସବୁଠାରୁ ସମ୍ମାନସ୍ପଦ ପୁରସ୍କାର ମଧ୍ୟରୁ ଅନ୍ୟତମ । ଯାହାକୁ କୌଣସି ଆମେରିକୀୟ ସୈନ୍ୟ ଅଫିସର, ଦେଶ ପାଇଁ କିଛି ଭଲ କାମ କରିଥିବା ବ୍ୟକ୍ତି ବା ଅନ୍ୟ ଦେଶର ପ୍ରମୁଖଙ୍କୁ ପ୍ରଦାନ କରାଯାଏ ।ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରିଏନ୍ ହ୍ୱାଇଟ ହାଉସ୍‌ରେ ତାଙ୍କୁ ଏହି ପୁରସ୍କାର ହସ୍ତାନ୍ତର କରିବା ସହ ବ୍ରିଏନ୍ ଟ୍ୱିଟ କରି କହିଛନ୍ତି, “ଆମେରିକା ଓ ଭାରତ ମଧ୍ୟରେ ସୁସମ୍ପର୍କ ଓ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ମୋଦି ନେତୃତ୍ୱ ନେଇଥିବାରୁ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ଲେଜିଅନ୍ ଅଫ୍ ମେରିଟ୍ ସମ୍ମାନ ପ୍ରଦାନ କରିଛନ୍ତି।”

https://twitter.com/WHNSC/status/1341157503539830785?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1341157503539830785%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.ndtv.com%2Findia-news%2Fdonald-trump-presents-pm-modi-with-top-us-honour-legion-of-merit-2341834

ଗୋଟିଏ ଦେଶ ବା ସରକାରର ମୁଖ୍ୟଙ୍କୁ ଦିଆଯାଉଥିବା ଆମେରିକାର ସବୁଠାରୁ ସମ୍ମାନଜନକ ପୁରସ୍କାର ହେଉଛି ଲେଜିଅନ୍ ଅଫ୍ ମେରିଟ୍।ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଏହି ସମ୍ମାନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଓ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ପ୍ରଦାନ କରାଯାଇଛି ।