ଅନୁଗୁଳ: ଜନ୍ମମାଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ|ଆଜି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଅନୁଗୁଳ ଗସ୍ତ କରିଛନ୍ତି । ନିଜ ପୈତୃକ ଗାଁ ନାଲମରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ । ତାଙ୍କ ସହିତ ତାଙ୍କ ସମସ୍ତ ପରିବାର ସଦସ୍ୟ ମଧ୍ୟ ରହିଛନ୍ତି ।

ତେବେ ଜନ୍ମ ମାଟିରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପରିବାର ନିଜର କୂଳ ଦେବତା ନୃସିଂହ ନାଥଙ୍କ ଦର୍ଶନ କରିଛନ୍ତି । ଏହାପରେ ଗାଁ ଲୋକ ମାନଙ୍କ ସହ ମିଶି ହସଖୁସି ବାଣ୍ଟିଛନ୍ତି । ତେବେ ଏହାର କିଛି ସମୟ ପରେ ତାଳଚେର ହିଙ୍ଗୁଳା ମନ୍ଦିରରେ ପହଁଚି ହିଙ୍ଗୁଳା ମାଆଙ୍କର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଗସ୍ତ ସମୟରେ ଅନୁଗୁଳ ବିଜେପି ପାର୍ଟି ଅଫିସରେ ଏକ ମିଶ୍ରଣ ପର୍ଵ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗଦେବାର ସୂଚନା ରହିଛି ।