Odia News Portal

ନିର୍ଭୟା’ ଯୋଜନାରେ ଭଦ୍ରକ ପୋଲିସକୁ ମିଳିଲା ୧୪ ସ୍କୁଟି

ଭଦ୍ରକ: ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ | ଯଦି କୌଣସି ମହିଳା ରାସ୍ତାରେ ଯିବା ବେଳେ ଅସୁରକ୍ଷିତ ମନେ କରନ୍ତି, ତେବେ କିପରି ଜଣେ ମହିଳା ପୋଲିସ୍ କର୍ମଚାରୀଙ୍କ ନିକଟରେ ତୁରନ୍ତ ପହଞ୍ଚି ପାରିବେ ସେ ନେଇ ପଦକ୍ଷେପ ନେଇଛନ୍ତି ସରକାର | ତେଣୁ ତୁରନ୍ତ ସହାୟତା ପହଞ୍ଚାଇବା ଲକ୍ଷରେ ଆଜି ‘ନିର୍ଭୟା’ ଯୋଜନାରେ ଭଦ୍ରକ ପୋଲିସ କୁ ୧୪ଟି ହିରୋ ପ୍ଲେଜର ସ୍କୁଟି ପ୍ରଦାନ କରିଛନ୍ତି ରାଜ୍ୟ ସରକାର |

ଆଜି ଚରମ୍ପା ରିଜର୍ଭ ପୋଲିସ ଏକାଡେ଼ମୀ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେକ୍ କାଟି ଏହାର ଶୁଭାରମ୍ଭ କରିଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା | ପରେ ଭଦ୍ରକ ସଞ୍ଜିବ ହିରୋ ମାଲିକ ପ୍ରୀତିରଞ୍ଜନ ଜେନା ଜିଲ୍ଲା ଏସପିଙ୍କୁ ଏହି ୧୪ଟି ସ୍କୁଟିର ଚାବି ପ୍ରଦାନ କରିଥିଲେ | ମହିଳାମାନଙ୍କ ସୁରକ୍ଷା ଦିଗରେ ଏହି ସ୍କୁଟି ମାଧ୍ୟମରେ ତୁରନ୍ତ ମହିଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ପ୍ରଦାନ କରି ପାରିବେ | ଏହି କାର୍ଯ୍ୟକ୍ରମରେ ରିଜର୍ଭ ପୋଲିସ ଅଧିକାରୀ ମନୋରଞ୍ଜନ ତରେଇଙ୍କ ସମେତ ପୁଲିସ କର୍ମଚାରୀ ଓ ସଞ୍ଜିବ ହିରୋ କର୍ମକର୍ତ୍ତା ଉପସ୍ଥିତ ଥିଲେ |