Odia News Portal

ଉତ୍ତରାଖଣ୍ଡ ଜଳ ପ୍ରଳୟ, ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି

ଉତ୍ତରାଖଣ୍ଡ : ଭୟଙ୍କର ବନ୍ୟାରେ ଉତ୍ତରାଖଣ୍ଡର ସ୍ଥିତି ବେହାଲ ହୋଇପଡ଼ିଛି। ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୪ରେ ପହଁଚିଲାଣି । ଏବେବି ଅନେକ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜା ଚାଲିଛିା ସେପଟେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ଆଜି ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି । ସେଠାରେ ଶାହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ,ରାଜ୍ୟପାଳ ଲେପ୍ଟ ଜେନରାଲ ଗୁରୁମିତ ସିଂ ଙ୍କ ସହ ମିଶି ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ୭ଶହ କୋଟି ଟଙ୍କା କ୍ଷୟକ୍ଷତି ଆକଳନ କରିଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସହ ଉତ୍ତରାଖଣ୍ଡ ବନ୍ୟା ସ୍ଥିତି ନେଇ ଆଲୋଚନା କରିଛନ୍ତି । ମୃତ୍ୟୁ ସଂଖ୍ୟା ୬୪ କୁ ବୃଦ୍ଧି ପାଇଛି, ୧୧ ରୁ ଅଧିକ ଲୋକ ନିଖୋଜ ଥିବା ଶାହ କହିଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ ୩୫୦୦ ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ପାଖାପାଖି ୧୬ ହାଜର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ରାଜ୍ୟରେ ଉଦ୍ଧାର କାର୍ଯ୍ୟପାଇଁ ୧୭ ଏନଡିଆରଏଫ ଟିମ, ୭ଟି ଏସଡିଆରଏଫ ଟିମ, ୧୫ କମ୍ପାନି ପିଏସି ଓ ୫ ହଜାରରୁ ଅଧିକ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ରାଜ୍ୟର ୮୦ ପ୍ରତିଶତ ସ୍ଥାନରେ ମୋବାଇଲ ନେଟଓ୍ବାର୍କ କାର୍ଯ୍ୟକ୍ଷମ ହୋଇଛି।