Odia News Portal

ନଦୀରେ ବୁଡ଼ି ଜଣେ ମୃତ, ଜଣେ ଗୁରୁତର

ସୁନ୍ଦରଗଡ: ପିକନିକରେ ଯାଇ ନଈରେ ଗାଧୋଇବା ବେଳେ ପାଣିରେ ବୁଡିଗଲେ ୨ ସାଙ୍ଗ । ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ କୋଏଲ ନଦୀରେ ପୁଣି ଥରେ ଘଟିଛି ଅଭାବନୀୟ ଘଟଣା । ତେଟରକେଲା ଘାଟରେ ପିକ୍‌ନିକ କରୁଥିବା ବେଳେ ୨ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ରାଉରକେଲା ଟିମ୍ବର କଲୋନିରୁ ଆଜି ସକାଳୁ ୯ ଜଣ ସାଙ୍ଗ କୋଏଲ ନଦୀର ‌ତେଟରକେଲା ଘାଟକୁ ପିକନିକ କରିବାକୁ ଯାଇଥିଲେ । ପିକନିକ ସ୍ଥଳୀକୁ ‌ପହଞ୍ଚିବା ପରେ ସମସ୍ତେ ମଜାମସ୍ତିରେ ମସଗୁଲ୍ ହୋଇ ଯାଇଥିଲେ । ଅପରାହ୍ନ ସାଢ଼େ ୨ଟାରେ ଭୋଜି ଖାଇ ସାରିବା ପରେ ସମସ୍ତେ ଗାଧୋଇବାକୁ ପାଣିରେ ପଶିଥିଲେ । ଗାଧୋଇବା ସମୟରେ ୨ ଜଣ ସାଙ୍ଗ ନିଖୋଜ ହୋଇଯାଇଥିଲେ । ବିକି ଶର୍ମା (୧୭) ଓ ଦୀପକ ଖଣ୍ଡୁଆଳ (୨୨) ପାଣିରେ ବୁଡ଼ି ଯାଇଥିଲେ । ୯ ଜଣଙ୍କ ମଧ୍ୟରୁ ଜଣେ ପହଁରା ଜାଣିଥିବା ସମୟରେ ସେ ଦୀପକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । କିନ୍ତୁ ବିକିଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା । ଅଧ ଘଣ୍ଟା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଁଚି ବିକିର ମୃତଦେହ ଉଦ୍ଧାର କରିଛି ।